ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଏବଂ ପଶ୍ଚିମାଞ୍ଚଳରେ ପ୍ରଭାବିତ ହୋଇପାରେ ଗମନାଗମନ ବ୍ୟବସ୍ଥା। ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ପଶ୍ଚିମାଞ୍ଚଳ ଏବଂ ଦକ୍ଷିଣାଞ୍ଚଳର ୨୪ଟି ଘରୋଇ ବସ୍ ମାଲିକ ସଂଘର ସଦସ୍ୟ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ସଂଘ ନିଷ୍ପତ୍ତି ନେଇଛି।