ଫୋକସ ପ୍ଳସ(ତୁମୁଡିବନ୍ଧ): ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ସିର୍ଲା ଗ୍ରାମ ପଞ୍ଚାୟତର ଟେକ୍ଲାମିଲା ଗ୍ରାମରୁ କୋଟଗଡ ବ୍ଲକ ର ପାରିଗଡ ପଞ୍ଚାୟତ କୁ ସଂଯୋଗ କରୁଥିବା ନାକୁଡିପଡା ଗ୍ରାମରେ ଥିବା ଏକ ଅସ୍ଥାୟୀ ପୋଲ ଲଗାଣ ବର୍ଷଯୋଗୁ ଭାସିଯାଇଛି ଯାହାରିଫଳରେ ସିର୍ଲା ଗ୍ରାମ ପଞ୍ଚାୟତ ର ୧୦ ରୁ ଉର୍ଦ୍ଧ ଗ୍ରାମ ଓ ପାରିଗଡ଼ ଗ୍ରାମ ପଞ୍ଚାୟତ ରୁ ତୁମୁଡିବନ୍ଧ କୁ ଯୋଗାଯୋଗ ବିଛିର୍ଣ୍ଣ ହେଇଯାଇଛି l ଗତକିଛିଦିନ ପୂର୍ବରୁ ମଧ୍ୟ ଏହି ପୋଲ ଭାସିଯାଇଥିଲା ହେଲେ ଦୁଇଟି ହୋମପାଇପ ଦେଇ ଠିକାଦାର ମାଟି ପକେଇଦେଇଥିଲେ କିନ୍ତୁ ଲଗାଣ ବର୍ଷା ହେତୁ ପୁଣିଥରେ ପୋଲ ର ସେହି ଅବସ୍ଥା l
ଏହି ରାସ୍ତା ସିର୍ଲା ପଞ୍ଚାୟତ ର ଜାନାଗାଡା ଓ ବୁଡାକାମ୍ବା ବିଦ୍ୟାଳୟ କୁ ସଂଯୋଗ କରୁଥିବାବେଳେ ପୋଲ ଭାସିଯିବା ଫଳରେ ବିଲ,କାଦୁଅ ରାସ୍ତାଦେଇ ଅତିକଷ୍ଟରେ ଶିକ୍ଷକ ମାନେ ବିଦ୍ୟାଳୟ କୁ ଯାଉଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ପାରିଗଡ଼ ଗ୍ରାମପଞ୍ଚାୟତ ର ସମସ୍ତ ଜନସାଧାରଣ କୋଟଗଡ ବ୍ଲକ କାର୍ଯ୍ୟାଳୟକୁ ଯିବାପାଇଁ ଏହି ରାସ୍ତାଉପରେ ନିର୍ଭର କରନ୍ତି । ବ୍ଲକ କାର୍ଯ୍ୟ, ତହସିଲ କାର୍ଯ୍ୟ, ସ୍ୱାସ୍ଥ୍ୟସେବା ଅନ୍ୟାନ୍ୟ ନିତିଦିନିଆ କାର୍ଯ୍ୟ ପାଇଁ ସେମାନେ ଏହିରାସ୍ତାଦେଇ ଯାତାୟାତ କରନ୍ତି ହେଲେ ପୋଲ ଭାସିଯିବାପରେ ଯୋଗାଯୋଗ ବିଚ୍ଛିନ୍ନ ହେବା କହିଛନ୍ତି l କୋଟଗଡ ବ୍ଲକ ରେ ଆଜି ସମିତି ବୈଠକ ଥିବାବେଳେ ପୋଲ ଭାସିଯିବା ଫଳରେ ପାରିଗଡ଼ ଗ୍ରାମ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ୱାର୍ଡ ର ୱାର୍ଡମେମ୍ବର ମାନେ ବୈଠକ ରେ ଯୋଗ ଦେଇପାରିନଥିଲେ l ସ୍ଥାୟୀ ପୋଲ ନିର୍ମାଣ କରିବାକୁ ସିର୍ଲା ପଞ୍ଚାୟତ ଓ ପାରିଗଡ଼ ପଞ୍ଚାୟତ ବାସି ଦାବି କରିଛନ୍ତି l
ତୁମୁଡିବନ୍ଧ ରୁ ପ୍ରବୀଣ କୁମାର ପଟ୍ଟନାୟକ ଙ୍କ ରିପୋ