ଫୋକସ ପ୍ଲସ(ବ୍ୟୁରୋ)୧୨/୦୮/୨୦୨୨: ଆସିଛି ଅଗଷ୍ଟ ମାସ ସାଙ୍ଗରେ ଆଣିଛି ଲଘୁଚାପ ପରେ ଲଘୁଚାପ l ଲୋକଙ୍କ ଦୈନଦିନ ଜୀବନକୁ ଅସ୍ତବ୍ୟସ୍ତ କରିସାରିଲାଣି l ବର୍ଷା ରେ ବାହାରକୁ ବାହାରିବା ମୁସ୍କିଲ ହେଇଯାଉଛି l ଆଉ ଏପଟେ ବର୍ଷାରେ କିଛି ସ୍ଥାନରେ ଘରେ ପାଣି ପଶିଯିବାରୁ ବହୁ ଅସୁବିଧା ଭୋଗିବାକୁ ପଡୁଛି l ତେବେ ଲଘୁଚାପ ଜନ ଜୀବନ ଉପରେ ଅନେକ ମାତ୍ରାରେ ପ୍ରଭାବ ପକାଉଥିବା ବେଳେ ପୁଣି ୧୩ ତାରିଖରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି l ୧୬ ତାରିଖ ଯାଏଁ ପୁଣି ବର୍ଷିବ ଉପକୁଳ ଓଡ଼ିଶାରେ l ୧୭ ତାରିଖରୁ ପୁଣି ଏକ ଲଘୁଚାପ ପ୍ରଭାବରେ ୧୯ ତାରିଖ ଯାଏଁ ପ୍ରବଳ ବର୍ଷା ହେବ lଏହି ଭଳି ବର୍ଷା ଲାଗିରହିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି l ଏପଟେ ସତର୍କ ର ଘଣ୍ଟି ବଜେଇ ସାରିଲେଣି ବିଶେଷଜ୍ଞ ଦକ୍ଷିଣ ଓଡ଼ିଶାରେ ବନ୍ୟା ର ଆଶଙ୍ଖା ରହିଛି l ମହାନଦୀରେ ରେ ମଧ୍ୟ ପାଣି ଫୁଲୁଛି l ବନ୍ୟା ପରିସ୍ଥିତି କୁ ଆଖିରେ ରଖି ହୀରାକୁଦରେ ୧୦ ଟି ଗେଟ କୁ ଖୋଲା ଯାଇଛି lରାଜ୍ୟରେ ନଦୀ ଗୁଡିକରେ ଜଳ ସ୍ତର ବୃଦ୍ଧି ଘଟିଛି l
ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ |