ଲଙ୍ଗଳେଶ୍ୱର ହର ପାର୍ବତୀ ମନ୍ଦିରରେ କାଉଁରିଆ ଙ୍କ ଭିଡ

ଫୋକସ ପ୍ଲସ(କଟକସଦର)୦୮/୦୮/୨୦୨୨:ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଲଙ୍ଗଳେଶ୍ୱର ଶିବ ମନ୍ଦିର,ପ୍ରସିଦ୍ଧ ବହୁ ପୁରାତନ ମନ୍ଦିର l ଏହି ମନ୍ଦିରକୁ ହରପାର୍ବତୀ ମନ୍ଦିର କୁହାଯାଏ l ଏହି ଶିବ ମନ୍ଦିର ଆଗରେ ପାର୍ବତୀ ଙ୍କ ମନ୍ଦିର ଥିବାରୁ ଏହାକୁ ହର ପାର୍ବତୀ ନାମରେ ପ୍ରସିଦ୍ଧ ଲାଭ କରିଛି l ଏବେ ଶ୍ରାବଣ ମାସ ଚାଲିଛି ଶିବଙ୍କ ଶ୍ରାବଣ ମାସଟି ପ୍ରିୟ ମାସ ହୋଇଥିବାରୁ ହରିଶନ ଏକାଦସି ଥିବାରୁ ସମସ୍ତ ଦେବତା ମାନେ ଶୋଇଯାନ୍ତି ଏଣୁ ଶିବକୁ ପାଣୀ ଢାଳି ଜାଗ୍ରତ କରି ରଖିବା ପାଇଁ ଶିବ ଙ୍କ ବୋଲେବମ ଭକ୍ତ ମାନେ ଶିବକୁ ସବୁ ସମୟରେ ସଜାଗ ରଖନ୍ତି କାରଣ ସେ ହେଉଛନ୍ତି ସୃଷ୍ଟି କର୍ତ୍ତା ଯଦି ଶିବ ଶୋଇଯିବେ ତେବେ ସୃଷ୍ଟି ର ବିନାଶ ହୋଇଯିବ l ଶିବକୁ ଏହି ମାସ ଅର୍ଥାତ ଶ୍ରାବଣ ମାସରେ ଶିବଙ୍କ ଭକ୍ତମାନେ ନିଜେ ଗାଧିବା ସହିତ ଶିବକୁ ମଧ୍ୟ ଗୋଧାଇ ଥାନ୍ତି l ଆଜି ଶ୍ରାବଣ ମାସର ଚତୃର୍ଥ ସୋମବାର ଥିବାରୁ ଲଙ୍ଗଳେଶ୍ୱର ହର ପାର୍ବତୀ ମନ୍ଦିରରେ କାଉଁରିଆ ଙ୍କ ଭିଡ ଦେଖିବାକୁ ମିଳିଛି l ଶିବଙ୍କୁ ଭକ୍ତ ମାନେ ଏତେ ଭଲ ପାଉଛନ୍ତି ଯେ 15 ରୁ 20 କିଲୋ ମିଟର ଦୂରରୁ ପାଣୀ ଆଣି ଶିବଙ୍କ ଉପରେ ଢ଼ାଳୁ ଛନ୍ତି l ଯେତେ ବର୍ଷା ବଢୁଛି ସେତେ ଭକ୍ତ ବଢୁଛି ବର୍ଷାରେ ଛୋଟ ଭକ୍ତ ହେଉ ବା ବଡ ଭକ୍ତ ହେଉ ସମସ୍ତେ ଭୋଲେ ବୋମ ପାର କରେଗା, ଜଟିଆ ବାବା ପାର କରେଗା ନାରାରେ ବର୍ଷାରେ ଭିଜି ଭିଜି ଆସି ଶିବ ଙ୍କୁ ଜାଗ୍ରତ କରାଇଥିଲେ l ଭକ୍ତ ମାନଙ୍କ ମାନସ କାମନା ପୂରଣ ପାଇଁ ଭକ୍ତ ମାନେ ବାଲିଆପାଳ, ବସ୍ତା, ଭୋଗରାଇ, ସୋର, ରେମୁଣା ଆଦି ବହୁ ଦୂର ଦୂରାନ୍ତରୁ ଆସିଥାନ୍ତି l ବାଲିଆପାଳ ଅଂଚଳବାସୀ କୁହନ୍ତି ହର ପାର୍ବତୀ ହେଉଛନ୍ତି ଆମର ବାପା ଓ ମା l

 

ବାଲିଆପାଳରୁ ଲଷ୍ମୀଧର ପ୍ରଧାନ ଙ୍କ ରିପୋର୍ଟ ଫୋକସ ପ୍ଲସ |

 

 

Leave a Reply

Your email address will not be published. Required fields are marked *