ଲଜ୍ୟା :୨ ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗ

ଅନୁଗୋଳ ଗୋପବନ୍ଧୁ ଉଦ୍ୟାନ ଅଞ୍ଚଳରୁ ୨ ଜଣ ଯୁବତୀଙ୍କୁ କାରରେ ବସାଇ ନେଇ ଜଙ୍ଗଲ ଭିତରେ ମଦ୍ୟପାନ କରି ୫ ଜଣ ଯୁବକ ଗଣ ବଳାତ୍କାର କରିଥିବା ବୁଧବାର ରାତିରେ ଅନୁଗୋଳ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ଅନୁସନ୍ଧାନ କରି କିଛି ଅଭିଯୁକ୍ତଙ୍କୁ କାବୁ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବ। ପାଇଁ ଉଦ୍ୟମ ଆରମ୍ଭ କରିଛି । ଘଟଣା ପ୍ରଘଟ ହେଲେ ଅଭିଯୁକ୍ତମାନଙ୍କୁ ଧରିବାରେ ସମସ୍ୟା ହେବା ସହ ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଖୁବ ସନ୍ତର୍ପଣ ସହକାରେ ପୁଲିସ ତଦନ୍ତ ଚଳାଇଛି ।
ସୂଚନା ମୁତାବକ ଜରିପଡା ଥାନା ଅଞ୍ଚଳର ଜଣେ ଯୁବତୀ ଆଜି ଆଉ ଜଣେ ଯୁବତୀଙ୍କ ସହ ଉଦ୍ୟାନରେ ବସିଥିଲେ।
ସେଠାକୁ ଜଣେ ଯୁବକ ପହଞ୍ଚି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ। ଏହାର କିଛି ସମୟ ପରେ ଏକ କାରରେ ୪ ଜଣ ଯୁବକ ଓ ସେମାନଙ୍କ ସହ ଆଉ ଜଣେ ଯୁବକ ବାଇକ
ଯୋଗେ ଆଗପଛ ହୋଇ ସେଠାରେ
ପହଞ୍ଚିଥିଲେ। ଉଦ୍ୟାନ ଭିତରୁ ଦୁଇ ଯୁବତୀଙ୍କୁ ଧରି ସଭିଏଁ ଜିନ୍ଦଲ ବିମାନଘାଟି ରାସ୍ତାରେ ଯାଇ ନିଛାଟିଆ ଜଙ୍ଗଲ ଭିତରେ ପ୍ରବେଶ କରିଥିଲେ।
ଜଙ୍ଗଲ ଭିତରେ ୪ଜଣ ଯୁବକ ପ୍ରଚୁର ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଦୁଇ ଯୁବତୀଙ୍କୁ ବଳାତ୍କାର କରିଥିଲେ । କୌଶଳକ୍ରମେ ଜଣେ ଯୁବତୀ ସେଠାରୁ ଆଜି ରାତିରେ ଖସି ଆସି ଅନୁଗୋଳ ଥାନାରେ ଅଭିଯୋଗ କରିଥିଲେ । ଗୋପବନ୍ଧୁ ଉଦ୍ୟାନ ପଛପାଖରେ ଥିବା ଏକ ପରିତ୍ୟକ୍ତ ସରକାରୀ କ୍ୱାଟର ଭିତରେ ଗାଁଗହଳିରୁ ଆସୁଥ‌ିବା ଗରିବ ଯୁବତୀଙ୍କୁ ସାମୟିକ ଭାବେ ରହିବାର ବ୍ୟବସ୍ଥା କରି ଦେବା ବାହାନାରେ କିଛି ଅସାମାଜିକ ଯୁବକ ଏଭଳି ଘଟଣା ଘଟାଉଥ‌ିବା। ଅନୁସନ୍ଧାନ ବେଳେ ପୁଲିସ ଜାଣିବାକୁ ପାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ନାବାଳକ ରହିଛି । ଅଭିଯୋଗ ପ୍ରକାରେ ଅନୁସନ୍ଧାନ ଆରମ୍ଭ ହୋଇଛି। ଆସନ୍ତାକାଲି ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ଅନୁଗୋଳ ଥାନା ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *