ଲଟେରୀ ଟିକେଟ ଦେଇ ଲୁଟୁଥିଲା ଲକ୍ଷଲକ୍ଷ ଟଙ୍କା

ଫୋକସ ପ୍ଲସ(ଉଦଳା): ପଶ୍ଚିମବଙ୍ଗରୁ ଆଣୁଥିଲେ ଆଉ ଉଦଳାରେ ଖେଳ କରୁଥିଲେ |ଏହି ଖେଳ ମାଧ୍ୟମରେ ରାତାରାତି କୋଟିପତି କରାଇ ଦେବାର ସ୍ବପ୍ନ ବି ଦେଖାଉଥିଲେ |ଆଉ ଖେଳ ଆଳରେ କରି ଚାଲିଥିଲେ ଲୁଟ |ପୋଲିସ ଲଟେରୀ ଖେଳ ଆଡ୍ଡା ଉପରେ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଫେରାର ହୋଇଯାଇଛି ଖେଳ କରୁଥିବା ମାଷ୍ଟରମାଇଣ୍ଡ |ଉଦଳା ପୋଲିସ ବୁଧବାର ରାତ୍ର ସମୟରେ ଉଦଳା ଥାନା ତଥା ଉଦଳା ଏନଏସି ର ଚାରି ନମ୍ବର ୱାର୍ଡରେ ଚାଲିଥିବା ଲଟେରୀ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରିଥିଲା |ଏହି ସମୟରେ ଲଟେରୀ ଟିକେଟ ବିକ୍ରି ସହିତ ଖେଳ ଚାଲିଥିବା ବେଳେ ପୋଲିସ କେବଳ ଜଣେ ଅଭିଯୁକ୍ତକୁ ଗିରଫ କରିଛି |ପୋଲିସକୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଖସି ପଳାଇ ଯିବାକୁ ସକ୍ଷମ ହୋଇଛନ୍ତି |ଗିରଫ ଅଭିଯୁକ୍ତ ଜଣକ ଉକ୍ତ ୱାର୍ଡର କାର୍ତ୍ତିକ ଚରଣ ସେଠି |ଅଭିଯୁକ୍ତଙ୍କ ନିକଟରୁ ନଗଦ ଦଶ ହଜାର ରୁ ଉର୍ଦ୍ଧ ଟଙ୍କା ସହିତ ବିପୁଳ ପରିମାଣର ଲଟେରୀ ଟିକଟ ଜବତ କରିଛି ଉଦଳା ପୋଲିସ |ତେବେ ପଶ୍ଚିମବଙ୍ଗରୁ ଲଟେରୀ ଟିକଟ ଆଣି ଉଦଳାରେ ଲଟେରୀ ଖେଳ କରି ଲୋକଙ୍କୁ ଲୁଟୁଥିବା ମୁଖ୍ୟ ଅଭିଯୁକ୍ତ ଜଣକ ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଛି |ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଉଦଳା ଥାନାକୁ ଆଣି ଯୁବକ ଜଣକ ବିରୁଦ୍ଧରେ 285/2022 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ଉଦଳା ପୋଲିସ l

ଉଦଳାରୁ ଦିଲ୍ଲୀପ କୁମାର ପରିଡାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *