ଲଢେଇ ପାଇଁ ଅଞ୍ଚଳ ବାସୀ ନେଲେ ବଜ୍ର ଶପଥ।

କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବଣପାହାଣ ଘେରା ଥୁଆମୂଳ ରାମପୁର ବ୍ଲକ ଅତି ଦୁର୍ଗମ ମାଓ ପ୍ରବଣ ଅଞ୍ଚଳ କର୍ଲାପାଟ ଖଣ୍ଡୁଆଳ ମାଳି ପାହାଡ଼ ଶିଖରରେ ଗତ ୨୮ତାରିଖ ରାତିରେ ମହାସମାରୋହରେ ପାଳିତ ହୋଇଯାଇଛି ଖଣ୍ଡୁଆଳ ମାଳି ପର୍ବ ୨୦୨୨। ଜଳ, ଜମି ଏବଂ ଜଙ୍ଗଲକୁ ରକ୍ଷା କରିବା ସହିତ ଖଣ୍ଡୁଆଳ ମାଳି ପାହାଡ଼କୁ ସୁରକ୍ଷିତ ରଖିବା ପାଇଁ ଏଠାରେ ଆଲୋଚନା କରାଯାଇ ଥିଲା।ଓଡ଼ିଶା ଓ କେନ୍ଦ୍ର ସରକାର ଦିନକୁଦିନ ବିଭିନ୍ନ ବିଦେଶୀ କମ୍ପାନୀ ଗୁଡ଼ିକ ସାଙ୍ଗରେ ହାତରେ ହାତ ମିଳାଇ ଖଣ୍ଡୁଆଳ ମାଳି ପାହାଡ଼କୁ ଖଣିଖନନ କରିବା ପାଇଁ ପ୍ରୟାସ କରିଥିବା ଅଭିଯୋଗ କରିଥିଲେ ଏଠାରେ ଉପସ୍ଥିତ ଥିବା ଅଞ୍ଚଳ ବାସୀ। ୧୯ ତାରିଖ ଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଗାଁ ଗାଁ ବୁଲି ଲୋକଙ୍କ ବିକାଶ ନିମନ୍ତେ ଗ୍ରାମ ସଭା କରିବା ସହିତ ଲୋକଙ୍କୁ ଖଣ୍ଡୁଆଳ ମାଳି ପର୍ବ ରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରିଥିଲେ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା କମିଟି।ସରକାର ଖଣ୍ଡୁଆ ମାଳି ପାହାଡ଼କୁ ଖୋଣିଖନନ କରିବା ପାଇଁ ବାରମ୍ବାର ଚେଷ୍ଟା କରି ମଧ୍ୟ ବିଫଳ ହୋଇ ସାରିଲାଣି କିନ୍ତୁ କମ୍ପାନୀ ତାର ନିଶା ଛାଡ଼ୁ ନାହିଁ ବୋଲି ଅଞ୍ଚଳର ଜନ ସାଧାରଣ ଅଭିଯୋଗ କରିଛନ୍ତି।ଆଦିମ କାଳରୁ ଆମକୁ ଜିବନ ଜୀବିକା ଯୋଗାଇ ଦେଇ ଆସୁଛି ଖଣ୍ଡୁଆଲ ମାଳି ପାହାଡ଼।ଜୀବନ ଚାଲିଗଲେ ଚାଲି ଯାଉ ପଛେ ଆମେ କାହାର ହାତରେ ଟେକି ଦେବୁନୀ। ଖଣ୍ଡୁଆଲ ମାଳି ପାହାଡ଼ ଆମର ପିତୃପୁରୁଷଙ୍କ ଅଧୁରା ସ୍ବପ୍ନକୁ ଆମେ ପରୁଣ କରିବା ପାଇଁ ବଦ୍ଧ ପରିକର ବୋଲି ଏଠାରେ ଉପସ୍ଥିତ ଥିବା ସଂଗ୍ରାମୀ ସାଥୀ ମାନେ ବକ୍ତବ୍ୟରେ କହିଥିଲେ।ଏହି ପାହାଡ଼ରୁ ବିଭିନ୍ନ ଲଘୁଜାତ ଦ୍ରବ୍ଯ ଯାହାକି ମହୁଲ,ଟୋଲ,ଝୁଣା,ଅଁଳା, ବାହାଡା,ହରିଡା ଶାଳମଞ୍ଜି,ମହୁ,କେନ୍ଦୁ ଏବଂ ବାହାଡା ଭଳି ଅନେକ ଜଙ୍ଗଲ ଜାତ ଫଳମୂଳ ସଂଗ୍ରହ କରି ନିଜର ଜୀବନ ଜୀବିକା ନିର୍ବାହରେ ସଂପୂର୍ଣ୍ଣ ସହଯୋଗ କରି ଆସୁଅଛି ଏହି ଆମର କର୍ଲାପାଟ ଖଣ୍ଡୁଆ ମାଳି ପାହାଡ଼।ଠିକ୍ ସେମିତି ଅନେକ ବୃକ୍ଷ ଲତାରୁ ଔଷଧ ସଂଗ୍ରହ କରି ଆମର ସ୍ୱାସ୍ଥ୍ୟ ପ୍ରତି ବେଶ ଉପକାରୀ ସହାହେଉଛି।ଏଠାରେ ବସବାସ କରୁଥିବା ଜଙ୍ଗଲ ପଶୁ ପକ୍ଷୀ ମୟୁର,ଶୁଆ ଶାରୀ ,ବାଘ,ଭାଲୁ,ହରିଣ,ହାତୀ ଏବଂ ସମ୍ବର ଭଳି ବନ୍ୟପ୍ରାଣୀଙ୍କ ବିଚରଣ ଏଠିକାର ପ୍ରାକୃତିକ ପରିବେଶକୁ ବିମୋହିତ କରିବା ସହିତ ଆମକୁ ମନ୍ତ୍ରମୁଗ୍ଧ କରିପାରୁଛି।ଏଭଳି ସମ୍ପଦକୁ ଯିଏ ଯଦୀ ଆମ ଠାରୁ ଛାଡାଇ ନେବା ପାଇଁ ଚେଷ୍ଟା କରେ ତାକୁ କେବେ ମଧ୍ୟ ଆମେ ବରଦାସ୍ତ କରିବୁ ନାହିଁ ବୋଲି ଚେତାବନୀ ଦେଇଛି ଖଣ୍ଡୁଆ ମାଳି ସୁରକ୍ଷା ସମିତି। ଖଣ୍ଡୁଆ ମାଳି,କୁଟୃମାଳି,ତିଜ୍ ମାଳି, ତରା ମାଳି, ଗୁଣ୍ଡିରାଣୀ ଭଳି ଅନେକ ମାଳି ଗର୍ଭରେ ଲକ୍ଷଲକ୍ଷ ମେଟ୍ରିକ୍ ଟନ୍ ବକ୍ସାସାଇଟ ଗଚ୍ଛିତ ରହିଛି।ଏହି ମାଳି ପାହାଡ଼କୁ ଧ୍ୱଂସ କରିବା ପାଇଁ ବେଦାନ୍ତ ଆଲୁମିନା, ଏଲ.ଏଣ୍ଡ.ଟି,ଟାଟା,ବିର୍ଲା,ବି ଏଚଟି ଏବଂ ବିଲଟନ୍ ପରି ବହୁ ରାଷ୍ଟ୍ରୀୟ କମ୍ପାନୀ ଖଣିଖନନ ପାଇଁ ଆଶା ବାନ୍ଧିଥିବା ଜଣାପଡିଛି।୨୪୦୦ ବର୍ଗ କିଲୋମିଟର ୪ ବ୍ଳକ ୭ଟି ପଞ୍ଚାୟତ,୩୨୨ଟି ଝରଣା,୨୧୦ ଗାଁର ଜୀବନ ଜୀବିକା ସାଜିଥିବା ଏହି ଖଣ୍ଡୁଆଲ ମାଳିକୁ ଲୁଟେରା କମ୍ପାନୀ ମାନଙ୍କ ହାତରେ ଟେକି ଦେବାପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର କେନ୍ଦ୍ର ଖଣି ମନ୍ତ୍ରୀକୁ ସୁପାରିଶ କରିଛନ୍ତି ଯାହାଫଳରେ ଅଞ୍ଚଳର ଲକ୍ଷାଧିକ ଲୋକ ବେସାହାରା ବନିଯିବେ। ଆଦିବାସୀ ଓ ସ୍ଥାନୀୟ ଦଳିତ ସମାଜ ସେମାନଙ୍କ ଜୀବନ ଜୀବିକା ହରାଇ ବିପନ୍ନ ହୋଇଯିବେ। ଏହି ଗଢିଉଠୁଥିବା ମଣିଷ ସମାଜ ମାଟି,ପାଣି,ପବନ, ପରିବେଶ ଉଜୁଡିଯିବ।ଚାଷୀ ଜିବନକୁ ପାଣି ନପାଇଁ ଜିବନ ଜୀବିକା ହରାଇବେ।ଲୋକଙ୍କ ଭିଟାମାଟି,ପାଣି ପବନ ଶହ ଶହ ଦେବାଦେବୀ ଭାଷା ସଂସ୍କୃତି ଧ୍ୱଂସ ହୋଇ ଯିବ।ଏଅଞ୍ଚଳଟି ନର୍କ ପାଲଟି ଯିବ,ବିସ୍ଥାପନ, ବିନାଶ,ବିପନ୍ନତା ମୃତ୍ୟୁ ହିଁ ସାରହେବ।ଶାନ୍ତି,ସାମ୍ୟ ଓ ସ୍ୱାଧିନତା ନାମରେ କମ୍ପାନୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ସରକାର କଳାହାଣ୍ଡି ଲୋକମାନଙ୍କ ଉପରେ ହିଂସା,ବୈଷମ୍ୟ ଓ ପରାଧିନତାକୁ ଲଦି ଦିଆଯାଇଥିବା,ସହିତ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ପ୍ରତ୍ୟେକ ଧର୍ମର ମନ୍ଦିର ମୁର୍ତ୍ତି ଦେବତାଙ୍କୁ ସୁରକ୍ଷା ଦିଆଯାଉଥିବା ବେଳେ ଆମ ବଞ୍ଚିବା ଅସମ୍ଭବ।ମାଟି ସହିତ ହୋଇ ଥିବା ଭାଷା ସଂସ୍କୃତି ପରିଚୟକୁ ସୁରକ୍ଷା ଦିଆଯାଉଥିବା ବେଳେ ଆମ ମାନଙ୍କ ପ୍ରକୃତି ଦେବନ୍ତାକୁ ବିକି ଦିଆଯାଉଛି। ଖୋଳିତାଡି ନଷ୍ଟ କରିଦିଆଯାଇଛି।ଯାହାର ବିନା ଜୀବ ଜଗତ ବଞ୍ଚିବା ଅସମ୍ଭବ।ମାଟି ସହିତ ଜଡିତ ହୋଇଥିବା ଭାଷା ସଂସ୍କୃତି ପରିଚୟକୁ ଧ୍ୱଂସ କରିବାପାଇଁ ଷଡ଼ଯନ୍ତ୍ର ଚାଳିଛି। ଏଣୁ ଆମ ପୂର୍ବପୁରୁଷଙ୍କର ଉତ୍ତରାଧିକାରୀ ଭାବେ ଆମକୁ ସଂଗଠିତ ହୋଇ ସଂଗ୍ରାମ କରିବାକୁ ହେବ ଏହାହିଁ ଆମର ଅସ୍ତିତ୍ବ ରକ୍ଷା କରିବାର ଏକମାତ୍ର ବାଟ।ଏହି ଆନ୍ଦୋଳନକୁ ସଫଳ କରିବା ପାଇଁ କାନ୍ଧରେ କାନ୍ଧ ମିଳାଇ ଏକାଠି ହୋଇ ଲଢେଇ ଜୋରଦାର କରିବା ସହିତ ଏସବୁ ପ୍ରସଙ୍ଗ ବିଷୟରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ କ୍ରାନ୍ତି କାରି ସଂଗ୍ରାମୀ ମାନେ।ଏଠାରେ ଉପସ୍ଥିତ ଥିବା ସାହାଯ୍ୟ, ସହଯୋଗ,ଓ ସମର୍ଥନ କରି ଆସୁଥିବା ପ୍ରଗତିଶୀଳ, ବୁଦ୍ଧିଜିବି, ପରିବେଶବିତ, ଦେଶପ୍ରେମୀ, ଗଣତାନ୍ତ୍ରିକ, ପ୍ରେମି ମାନବଧିକାର କର୍ମୀ, ଏବଂ ବିଭିନ୍ନ ଗଣ ସଙ୍ଗଠନ ମାନଙ୍କୁ ଖଣ୍ଡୁଆଳ ମାଳି ସ୍ଥାୟୀ ସୁରକ୍ଷା କମିଟି ପକ୍ଷରୁ ସଂଗ୍ରାମୀ ଅଭିନନ୍ଦନ ଜଣାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୧୦ ଖଣ୍ଡ ଗ୍ରାମର ଶହଶହ ପୁରୁଷ ଓ ମହିଳା ଉପସ୍ଥିତ ରହି ଖଣ୍ଡୁଆ ମାଳି ପାହାଡ଼ ସୁରକ୍ଷା ପାଇଁ ବଜ୍ରଶପଥ ନେଇଥିଲେ।ଏଥିରେ ଲୋକ ଜନଶକ୍ତି ଅଭିଯାନର ସଂଗ୍ରାମୀ ପ୍ରଫୁଲ୍ଲ ସାମନ୍ତରାୟ, ପଶ୍ଚିମ ଓଡ଼ିଶାକୃଷକ ସଂଗଠନର ସଦସ୍ୟ ଲିଙ୍ଗରାଜ ପ୍ରଧାନ,ନୀୟମଗିରୀ ସୁରକ୍ଷା ସମିତିର ଲୋଦ ସିକକା, ଲିଙ୍ଗରାଜ ଆଜାଦ୍,ସତ୍ୟମାହାର,ପ୍ରତାପ ଚିନାରା, ଖଣ୍ଡୁଆ ମାଳି ସ୍ଥାୟୀ ସୁରକ୍ଷା ସମିତି ସଭାପତି କାର୍ତ୍ତିକ ମାଝୀ ବିଟିଶ୍ କୁମାର, ଲିପାମାଝୀ, ହୃଷିକେଶ ମାଝୀ, ଟିଣୁମାଝି ସନାତନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ଥୁଆମୂଳ ରାମପୁର ବ୍ଲକ ରୁ ବିର ବଜରଙ୍ଗ ଚାରୁ ମଜୁମଦାର ନାଏକ ଙ୍କ ରିପୋର୍ଟ ଫୋକସ୍ ପ୍ଳସ୍

Leave a Reply

Your email address will not be published. Required fields are marked *