ଲବଣ ସତ୍ୟାଗ୍ରହ ପୀଠରେ ତିରଙ୍ଗା ପଦ ଯାତ୍ରା

ଫୋକସ ପ୍ଲସ(ଅସ୍ତରଂଗ)୧୨/୦୮/୨୦୨୨: ସ୍ବାଧିନତାର ୭୫ ବର୍ଷ ଅବସରରେ ଦେଶ ଆଜାଦ୍ କି ଅମୃତ ମହୋତ୍ସବ ପାଳନ କରୁଥିବା ସମୟରେ ବିଜେପି ପକ୍ଷରୁ ନେଇ 65 କିଲୋମିଟର ପଦଯାତ୍ରା ହୋଇଥିଲା।ଓଡିଶା ବାସୀଙ୍କ ମନରେ ଆହୁରି ଦେଶପ୍ରୀୟତା ଜାଗ୍ରତ କରିବା ପାଇଁ ପୁରୀ ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ପିପିଲି ନିର୍ବାଚନ ମଣ୍ଡଳୀ ବେରବୋଇ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ସ୍ମୃତିପୀଠ ରୁ ହାର୍ଘ୍ୟର ତୀରାଙ୍ଗ ପଦଯାତ୍ରା ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ରୁ ଆରମ୍ଭ ହୋଇ ଆଜି ଅସ୍ତରଂଗ ର ଲବଣ ସତ୍ୟାଗ୍ରହ ପୀଠ ଠାରେ ଉଦଯାପନ ହୋଇଯାଇଛି ।ଘରେ ଘରେ ତିରଙ୍ଗା ପତାକା କିପରି ସମସ୍ତେ ଆସନ୍ତା 13 ତାରିଖରେ ଠାରୁ ଘର ସମୂଖରେ ଉଡାଇବେ ଏହି ପଦଯାତ୍ରାର ମୂଳ ଲକ୍ଷ୍ୟ ଥିଲା,ଏଥିରେବିଜେପି ର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା ବେଳେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି,ରାଜ୍ୟ ଉପ ସଭାନେତ୍ରୀ ପ୍ରଭାତି ପରିଡା , ପୁରୀ ଜିଲ୍ଲା ସଭାପତି ଶ୍ରୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟକ ଶ୍ରୀ ଲଲିଟେନ୍ଦୁ ବିଦ୍ୟାଧର ମହାପାତ୍ର, ପୂର୍ବତନ ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର , ପୁର୍ବତନ ନିମାପଡା ବିଧାୟକ ବାଈଧର ମଲ୍ଲିକ, କାକଟପୁର ର ବିଜେପି ନେତା ରବି ମଲିକ ସହ ଜିଲ୍ଲାର ଅନ୍ୟ ନେତୃଗଣ ଓ କାର୍ଯ୍ୟକର୍ତା ମାନେ ପଦଯାତ୍ରା ରେ ସାମିଲ ହୋଇଥିଲେ | ଏହି ପଦଯାତ୍ରା ୩ ଦିନ ଧରି ଚାଲି ଆଜି କାକଟପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅସ୍ତରଙ୍ଗ ସ୍ଥିତ କୁହୁଡି ଠାରେ ସମାପ୍ତ ହେଇଥିଲା।

ଅସ୍ତରଂଗ ରୁତ୍ରିଲୋଚନ ବେହେରା ଙ୍କ ରିପୋଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *