ଲଭ ସେକ୍ସ ଧୋକା ।

ଫୋକସ ପ୍ଲସ 1/12/22 ( ମାଲକାନଗିରି ): ପ୍ରଥମେ ପ୍ରେମ ପରେ ବିବାହ ର ପ୍ରତିଶୃତି ଦେଇ ସାଢ଼େ ତିନି ବର୍ଷ କାଳ ଶାରୀରିକ ସମ୍ପର୍କ ରଖିବା ପରେ ମାଡ଼ ମାରି ବ୍ୟକ୍ତିଗତ ଅଶ୍ଳୀଳ ଭିଡିଓ କୁ ଭାଇରାଲ କରିଦେବା ର ଧମକ ତାସାଙ୍ଗକୁ ସ୍ୱର ଉତ୍ତୋଳନ କଲେ ଜୀବନରେ ମାରିଦେବାର ଭି ଧମକ। ହଁ ଆଜ୍ଞା ପ୍ରଥମେ ପ୍ରେମ ତା ପରେ ପ୍ରତାରଣା ପିଡିତା ଜଣଙ୍କୁ ମାନେ ଲଭ, ସେକ୍ସ ଓ ଧୋକା ପାଇଥିବା ଏମିତି ଏକ ଘଟଣାକୁ ନେଇ ଗତ ନଭେମ୍ବର ମାସ 23 ତାରିଖ ଦିନ ନିଜ ପରିବାର ସହ ଏମ୍ଭି79 ଥାନାର ଦ୍ୱାରସ୍ତ ହୋଇଥିଲେ ମାଲକାନଗିରି ଜିଲ୍ଲା ଏମ୍. ଭି-72 ଗ୍ରାମର ପିଡିତା ତୃପ୍ତି ଦାସ । ସୂଚନା ମୁତାବକ ଏମ୍ଭି 79 ଗ୍ରାମର ଅମଲ ପାଲଙ୍କ ପୁଅ ସଂଜୀବ ପାଲ ଦୀର୍ଘଦିନ ଧରି ଏମ୍. ଭି -72 ଗ୍ରାମର ପିଡିତା ତୃପ୍ତିଙ୍କୁ ପ୍ରଥମେ ପ୍ରେମ କରିବା ପରେ ଶାରୀରିକ ସମ୍ପର୍କ ରଖି ଆସିଥିଲେ ହେଲେ ସଂଜୀବ ବିବାହର ପ୍ରତିଶୃତି ଦେଇ ପରେ ପ୍ରତାରଣା କରିବାରୁ ପିଡିତା ଜଣକ ନ୍ୟାୟ ପାଇଁ ଏମ୍. ଭି-79 ଥାନାରେ ସଞ୍ଜୀବ ଙ୍କ ନାମରେ ନଭେମ୍ବର ମାସ 23 ତାରିଖ ଦିନ ଏତଲା ଦେଇଥିଲେ l ତେବେ ଅଭିଯୁକ୍ତ ଜଣକ ମାଲକାନଗିରି ଜିଲ୍ଲା ବିଜେପି ସଭାପତିଙ୍କ ସଂପର୍କୀୟ ହୋଇଥିବାରୁ ଏତଲା ଦେବାର ଆଠ ଦିନ ବିତି ଯାଇଥିଲେ ସୁଧା ଏମ୍ଭି79 ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରି ନଥିବାର ଅଭିଯୋଗ କରି ଆଜି ପୁଣି ଥରେ ନ୍ୟାୟ ପାଇଁ ପିଡିତା ତୃପ୍ତି ମାଲକାନଗିରି ଏସ୍ପିଙ୍କ ନିକଟରେ ଫେରାଦ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ତେବେ ମାଲକାନଗିରି ଏସ୍ପି ପିଡ଼ିତାଙ୍କ ନିକଟରୁ ସମସ୍ତ କଥା ଶୁଣିବା ପରେ ଆଇନ ଅନୁଯାୟୀ ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବେ ବୋଲି ପିଡିତାଙ୍କୁ ଏସପି ଭରଷା ଦେଇଥିବା ପିଡିତା ଜଣକ କହିଛନ୍ତି।

Leave a Reply

Your email address will not be published. Required fields are marked *