ଲମତାପୁଟ ରେ ଗଞ୍ଜେଇ ଗଛ କଟା ଅଭିଯାନ, ନଷ୍ଟ ହେଲା ୭ଏକରରୁ ଉର୍ଦ୍ଧ ଜମିର ଗଞ୍ଜେଇ ଚାଷ |

 

 

 

 

 

 

କୋରାପୁଟ11/11/2023; କୋରାପୁଟ ଜିଲା ଲମତାପୁଟ ବ୍ଲକରେ ବେଆଇନ ଗଞ୍ଜେଇ ଚାଷ ଗଛ କଟା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ପ୍ରଥମ କରି ମାଛକୁଣ୍ଡ ଥାନା ଅନ୍ତର୍ଗତ ତୁସୁବା ପଂଚାୟତର ଆଉଡିପଡା ଅଂଚଳର କମେଲ ମୌଜାରେ ବେଆଇନ ଭାବରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ ନଷ୍ଟ କରାଯାଉଛି । ଗଞ୍ଜେଇ ଗଛକୁ କାଟିବା ସହ ନିଆଁରେ ପୋଡ଼ି ନଷ୍ଟ କରିଛି ଉଭୟ ଜିଲା ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ । ଚଳିତ ବର୍ଷ ପ୍ରଥମ କରି କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ପରେ ମାଛକୁଣ୍ଡ ଥାନା ଅଂଚଳରେ ଗଞ୍ଜେଇ ଗଛ କଟା ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମ ଦିନରେ ଆଉଡିପଡା ଅଂଚଳରୁ ପ୍ରାୟ ୫ରୁ ୭ ଏକର ଜମିରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଜିଲା ଅବକାରୀ କର୍ମଚାରୀ , ମାଛକୁଣ୍ଡ ପୁଲିସ,ବନବିଭାଗ, ଓ ରାଜସ୍ବ ବିଭାଗ କର୍ମଚାରୀ ଙ୍କ ମିଳିତ ଭାବେ ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଡିଭିଏଫ ପୁଲିସ ଓ ଓଡିଶା ପୁଲିସ ସାମିଲ ହୋଇ ସୁରକ୍ଷା ଦେଇଥିଲେ ।

Leave a Reply

Your email address will not be published. Required fields are marked *