ଫୋକସ ପ୍ଲସ 5/12/2022(ଲମତାପୁଟ): କଥାରେ ଅଛି ବାର ମାସ କୁ ତେର ପରବ । ସେଠି ମଧ୍ୟରୁ କୋରାପୁଟ ଜିଲ୍ଲାର ଲୋକ ମହୋତ୍ସବ ପର୍ବ ହେଉଛି ଅନ୍ୟତମ । ଏହି ଲୋକ ମହୋତ୍ସବ ପର୍ବ ମାଧ୍ୟମରେ ଆଦିବାସୀ ଙ୍କ କଳା,ସସ୍କୃତି ଓ ପରମ୍ପରା କୁ କିପରି ବିକଶିତ ଏବଂ ଲୁକ୍କାଇତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପର୍ବ ପାଳନ କରାଯାଏ । କରୋନା ମହାମାରୀ ଯୋଗୁଁ ୨ବର୍ଷ ହେଲା ପର୍ବ ପାଳନ ବନ୍ଦ ରହିଥିଲା । ୨ବର୍ଷ ବ୍ୟବଧାନ ପରେ ଚଳିତ ବର୍ଷ ପର୍ବ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ଧୁମଧାମର ସହିତ ପାଳନ କରାଯାଇଛି । ପ୍ରଥମେ ଗାଁ ହୁଣ୍ଡିରେ ପୂଜାର୍ଚ୍ଚନା କରି ପର୍ବ ମଶାଲ ପ୍ରଜ୍ଜ୍ୱଳନ କରାଯାଇଥିଲା । ପରେ ସ୍ଥାନୀୟ କୋରାପୁଟିଆ ଢେମସା ଓ ପାରମ୍ପରିକ ନାଚର ତାଳେ ତାଳେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ପର୍ବ ପଡ଼ିଆରେ ପହଞ୍ଚି ଥିଲା । କୋରାପୁଟ ବିଧାୟକ ରଘୁରାମ ପଡାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲମତାପୁଟ ବ୍ଲକ ସ୍ତରୀୟ ପର୍ବକୁ ଉଦଘାଟନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସରପଞ୍ଚ, ସମିତିସଭ୍ୟସଭ୍ୟା,ବିଡ଼ିଓ, ଚ୍ୟାରମେନ ମଧ୍ୟ ମଞ୍ଚରେ ଉପସ୍ଥିତ ରହିଥିଲେ । ଅଞ୍ଚଳର ବିକାଶ ହେବା ସହ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ହେଉଛି ପର୍ବର ଲକ୍ଷ ବୋଲି କହିବା ସହ ବିଦେଶୀ ପର୍ଯ୍ୟଟକଙ୍କ ସହ ଢେମସା ନୃତ୍ୟ ପରିବେଷଣ କରିଥିବା ନେଇ ବେଶ ଉତ୍ସାହିତ ହୋଇଥିବା ସେ କହିଥିଲେ । ପର୍ବ ପଡ଼ିଆରେ ପ୍ରଦର୍ଶିତ ଷ୍ଟଲଗୁଡିକ ପରିଦର୍ଶନ କରି ଉଦଘାଟନ କରିଥିଲେ । ସ୍ଥାନୀୟ କଳାକାର ଓ ୧୫ଗୋଟି ପଞ୍ଚାୟତରୁ ଆସିଥିବା କଳାକାରମାନଙ୍କ ବିଭିନ୍ନ ନୃତ୍ୟ ଓ କଳା ପରିବେଷଣ କରାଯାଇଥିଲା । ୨ବର୍ଷ ପରେ ପର୍ବ ପାଳନ କରାଯାଉଥିବାରୁ ସ୍ଥାନୀୟ ଜନସାଧାରଣ ମଧ୍ୟ ବେଶ ଉତ୍ସାହିତ ହୋଇଥିଲେ । କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଡୁଡୁଙ୍ଗା ରିଂଯୋଡି ବାଜା ଓ ଡେମ୍ସା ନାଚ ମୁଖ୍ୟ ଆକର୍ଷଣ ଦେଖାଦେଇଥିଲା ଲୋକେ ବେଶ ମଜା ଉଠାଇଥିଲେ ।