ଲାଇଭ୍‌ କନ୍‌ସର୍ଟ ବେଳେ କୈଲାଶ ଖେର୍‌ଙ୍କ ଉପରେ ବୋତଲ ମାଡ |

ଫୋକସ ପ୍ଲସ ୩୦/୧/୨୩(ବ୍ୟୁରୋ): ବଲିଉଡର ଫେମସ୍‌ ସିଙ୍ଗର୍‌ କୈଲାଶ ଖେର୍‌ଙ୍କ ଉପରେ ହମ୍‌ଲା। ଲାଇଭ୍‌ କନ୍‌ସର୍ଟ ବେଳେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ଆକ୍ରମଣକାରୀ କୈଲାଶ ଖେର୍‌ଙ୍କ ଉପରକୁ ବୋତଲ ଫିଙ୍ଗିଛନ୍ତି। ତେବେ ଏହି ଘଟଣା ପରେ ତୁରନ୍ତ ପୁଲିସ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଛି। ସୂଚନା ମୁତାବକ, କର୍ଣ୍ଣାଟକ ହାମ୍ପିରେ କୈଲାଶ ଖେର୍‌ଙ୍କ କନସର୍ଟ ଚାଲିଥିଲା। ଏହି କନ୍‌ସର୍ଟକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ ମଧ୍ୟ ଜମିଥିଲା। ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ବଲିଉଡ ସିଙ୍ଗରଙ୍କ ଉପରକୁ ବୋତଲ ମାଡ଼ କରିଥିଲେ। ଏହା ପରେ ତୁରନ୍ତୁ ପୁଲିସ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲା।ତିନି ଦିନ ଯାଏଁ ଚାଲିବାକୁ ଥିବା ହାମ୍ପି ଉତ୍ସବ ଜାନୁଆରୀ ୨୭ରୁ ଆରମ୍ଭ ହୋଇଥିଲା। ନୂଆ ବିଜୟନଗର ଜିଲ୍ଲା ହେବା ପରେ ପ୍ରଥମଥର ପାଇଁ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶୁକ୍ରବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବଲିଉଡ ଓ କନ୍ନଡ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ଭାଗ ନେଇଥିଲେ। କନ୍ନଡ ସିଙ୍ଗର ଅଜର୍ଜନ୍‌, ଜାନ୍ୟା, ବିଜୟ ପ୍ରକାଶ, ରଘୁ ଦିକ୍ଷୀତ ଓ ଅନନ୍ୟା ଭଟ୍ଟ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ପରଫରମାନ୍ସ କରିଥିଲେ। ଏହା ବ୍ୟତୀତ ବଲିଉଡର ଅରମାନ ମଲ୍ଲିକ ଓ କୈଲାଶ ଖେର୍‌ଙ୍କ ଭଳି ଫେମସ୍‌ ସିଙ୍ଗର ମଧ୍ୟ ଏହି କାର୍ଯ୍ୟକ୍ରମରେ ନିଜର ଜଲଓ୍ୱା ଦେଖାଇଥିଲେ।

Leave a Reply

Your email address will not be published. Required fields are marked *