ଫୋକସ ପ୍ଲସ (ତୁମୁଡିବନ୍ଧ):କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଗ୍ରାମ ପଞ୍ଚାୟତରେ ଥିବା ରାଙ୍ଗାପାରୁ ସରକାରୀ ଆବାସିକ ଉଚ୍ଚ ବାଳିକା ବିଦ୍ୟାଳୟରେ ସପ୍ତମ ଶ୍ରେଣୀର ଛାତ୍ରୀ ଚାରି ମାସର ଗର୍ଭବତୀ ହେଇଥିବା ବେଲଘର ଥାନାରେ ଅଭିଯୋଗ ହେଇଛି | ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନସ୍ଥ ତଥା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟ ରେ ଶତାଧିକ କୁଟିଆ ଛାତ୍ରୀ ରହି ଅଧୟନ କରନ୍ତି | ତୁମୁଡିବନ୍ଧ ବ୍ଲକର କେବଳ ଆଦିମ ଜନଜାତି (କୁଟିଆ କନ୍ଧ ) ସାମ୍ପ୍ରଦାୟର ଛାତ୍ରୀମାନଙ୍କ ନିମନ୍ତେ 2008 ମସିହା ରେ ଏହି ବିଦ୍ୟାଳୟ ସ୍ଥାପିତ ହେଇଥିଲା | ଆଦିମ ଜନଜାତି କୁଟିଆକନ୍ଧ ଛାତ୍ରୀମାନଙ୍କ ଉନ୍ନତ ଶିକ୍ଷାଦାନ ସମସ୍ତ ପ୍ରକାର ରକ୍ଷଣ ବେକ୍ଷଣା ତତ୍ତ୍ୱ ନିମନ୍ତେ ଆବଶ୍ୟକ କର୍ମଚାରୀ ନିଯୁକ୍ତ ହେଇଛନ୍ତି ଏବଂ ଏହି ଦିଗରେ ଓଡ଼ିଶା ସରକାର ଲକ୍ଷ ଲକ୍ଷ ଟଙ୍କା
ବ୍ୟୟ କରୁଛନ୍ତି | ତେବେ ଛାତ୍ରୀ ମାନଙ୍କ ଏହି ସମସ୍ତ ସୁବିଧା ଏବଂ ସୁରକ୍ଷା ରହିଥିଲେ ମଧ୍ୟ ଲଜ୍ୟା ଜନକ କଳଙ୍କିତ ଘଟଣା ଘଟିଥିବାରୁ ଆଦିମ ଜନଜାତି ଛାତ୍ରୀ ମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି | ସୂଚନା ପ୍ରକାରେ ଏହି ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀରେ ଅଧୟନ କରୁଥିବା ଗୁମା ପଞ୍ଚାୟତ ସାପେରି ଗ୍ରାମର ଜଣେ ନାବାଳିକା ଛାତ୍ରୀ କୋଣସି ମତେ ଚାରି ମାସର ଗର୍ଭବତୀ ହେଇଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସତ୍ୟବାନ ସିଂ ବେଲଘର ଥାନାରେ ଅଭିଯୋଗ କରିଥିଲେ | ଅଭିଯୋଗ ଅନୁସାରେ ବେଲଘର ପୋଲିସ ଝିଅ କୁ ପଚରା ଉଚୁରା ପରେ ବେଲଘର ଥାନା ଅଞ୍ଚଳର ଗୁମା ଆବାସିକ ବିଦ୍ୟାଳୟ ର ମୁନା ନାୟକ ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର କୁ ପୋଲିସ ଅଟକ ରଖିଥିଲେ |
ତାପରେ ଗତ 28 ତାରିଖ ଦିନ ଛାତ୍ରୀ ଓ ଛାତ୍ର ର ପ୍ରାଥମିକ ପରୀକ୍ଷା ପରେ ଛାତ୍ର କୁ ରାଉରକେଲା ସ୍ଥିତ ସୁଧାର ଗୃହ କୁ ପଠାଇବାପରେ ଛାତ୍ରୀ କୁ କନ୍ଧମାଳ ଜିଲ୍ଲା ଉଦୟଗିରି ଜୁବିନାଲ ଗୃହ ପଠାଇଦିଆଗଲା ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁବାର ସକାଳ ୭ ଘଣ୍ଟା ସମୟରେ ଛାତ୍ରୀ ର ନବଜାତ ଶିଶୁର ମୃତ ହେଇଥିବାବେଳେ ଶୁକ୍ରବାର ରାତ୍ରି ୧ ଘଣ୍ଟିକା ସମୟରେ ଛାତ୍ରୀ ର ମଧ୍ୟ ମୃତ ହେଇଥିବା ସୂଚନା ମିଳିଛି l ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ଶବ ଦାହ ପାଇଁ ଛାତ୍ରୀ ର ଘର ଗୁମା ଗ୍ରାମ ପଞ୍ଚାୟତ ର ସାପେରି ଗ୍ରାମକୁ ଅଣାଯିବ ବୋଲି ବେଲଘର ଥାନାଧିକାରୀ ଦୀପକ ରାଉତ କହିଛନ୍ତି |
ତୁମୁଡିବନ୍ଧରୁ ପ୍ରବୀଣ କୁମାର ପଟ୍ଟନାୟକ ରିପୋର୍ଟ