ଲାଞ୍ଚୁଆ ଆର.ଆଇ ଙ୍କ ଅଫିସରେ ତାଲା

ଫୋକସ ପ୍ଲସ ୧୦/୬/୨୨ (ଭଦ୍ରକ):ଲାଞ୍ଚ ନେଇ କାମ ନକରିବାରୁ, ଆଜି ରାଜସ୍ବନିରୀକ୍ଷକ ଙ୍କ ଅଫିସରେ ତାଲା ପକାଇଲେ ଗ୍ରାମ ବାସି,ସୂଚନା ରୁ ପ୍ରକାଶ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ରଣଜିତ R I ଶ୍ରୀମତୀ ସସ୍ମିତା ମହାପାତ୍ର ବିଭିନ୍ନ ସମୟରେ ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ଆଣି ଆଜି ଲୋକେ ତାଙ୍କୁ ଅଫିସରେ କାର୍ଯ୍ୟ ରତ ଥିବା ବେଳେ ଅଫିସ ରେ ଚାବି ପକାଇ ଦେଇଥିବା ଦେଖିବାକୁ ମିଳିଥିଲା,ଅଭିଯୋଗ ଆଣି ଆଶୁତୋଷ ମିଶ୍ର ନାମକ ଜଣେ ବେକ୍ତି ଙ୍କ ଠାରୁ ତିରିଶ ହଜାର ରୁ ଉର୍ଦ୍ଧ ଟଙ୍କା ଲାଞ୍ଚ ନେଇ ତାଙ୍କୁ ଜମି ପଟା କରେଇ ଦେବାର ପ୍ରତିଶୃତି ଦେଇଥିଲେ, କିନ୍ତୁ ଅନେକ ଦିନ ବିତି ଯାଇଥିଲେ ମଧ୍ୟ କୌଣସି କାମ ନକରବାରୁ ଆଜି ଗ୍ରାମ ବାସି R I ଅଫିସ ଚାବି ପକାଇଥିଲେ, ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଭଣ୍ଡାରିପୋଖରୀ ତସିଲଦାର ଘଟଣା ସ୍ଥଳରେ ପହଁଚି ଘଟଣା ସମ୍ପର୍କ ରେ ବୁଝା ବୁଝି କରି ପ୍ରତିକ୍ରିୟା ରଖି କହି ଥିଲେ, ଅଭିଯୋଗ ଜାଣି ଥିଲୁ ତାଙ୍କୁ ଜିଲ୍ଲାପାଳ ଅନ୍ୟତ୍ର ବଦଳି କରି ଦେଇଥିବା କଥା ପ୍ରକାଶ କରିଥିବା ବେଳେ,ଯେଉଁ ଲୋକଙ୍କ ଠାରୁ R I ଟଙ୍କା ନେଇଥିଲେ ସେମାନେ କିପରି ଟଙ୍କା ଫେରସ୍ତ ପାଇବେ ତାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଥିବା ଦେଖିବାକୁ ମିଳି ଥିଲା,

ଭଣ୍ଡାରିପୋଖରୀ ରୁ ସଂଜୀବ ସେନାପତି ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *