ଫୋକସ ପ୍ଲସ(ବଲାଙ୍ଗିର): ବଲାଙ୍ଗିର ଜିଲ୍ଲା ପାଟଣାଗଡ ସବଡ଼ିଭିଜନ ଲାଠୋର ଥାନା ଅଧିନସ୍ଥ ଘୁନସର ଗ୍ରାମରେ ଲାଗିଲା ମାଓ ପୋଷ୍ଟର l ତିନୋଟି ମାଓ ପୋଷ୍ଟର ଲାଗିଥିବା ସୂଚନା lଗୋଟିଏ ହିନ୍ଦୀ ଏବଂ ଦୁଇଟି ଓଡ଼ିଆ ଭାଷାରେ ଲେଖା ଥିବା ଦେଖିବାକୁ ମିଳିଛି lପୋଷ୍ଟରରେ ଲେଖାଥିବା ଭା.କା.ପା (ମାଓବାଦୀ )19 ତମ ପାର୍ଟି ସ୍ଥାପନା ଗାଁ ଗାଁ ରେ ଧୁମ ଧାମ ରେ ପାଳନ କରିବାକୁ ଦେଲେ ନିର୍ଦ୍ଧେଶ |ଶତ୍ରୁର “ସମାଧାନ ପ୍ରହାର” ଆକ୍ରମଣରୁ ବଞ୍ଚାଇ ରଖନ୍ତୁ,ପାଖରେ ଥାଇ ଧୋକା ଦେଇ ପୋଲିସକୁ ସୂଚନା ଦେଉଥିବା ସୂଚନା ଦାତାଙ୍କୁ ଚି଼ହ୍ନନ୍ତୁ, ସେମାନଙ୍କୁ ନେଇ ପ୍ରଜା କୋର୍ଟରେ ଦଣ୍ଡିତ କରନ୍ତୁ |
ଦଳ ଆପଣଙ୍କର ଅଟେ,ଉତ୍ପୀଦିତ ଲୋକଙ୍କର ମୁକ୍ତି ପାଇଁ ସଂଘର୍ଷ କରୁଅଛି, ଏହି ପାର୍ଟିକୁ ବଞ୍ଚାଇ ରଖିବା ଗରିବ ଲୋକଙ୍କ ଦାୟିତ୍ୱ ଅଟେ lପୋଲିସ, ଅର୍ଦ୍ଧ-ସୈନିକ ବାହିନୀ, ଜମିଦାର, ଫୁଜିବାଦୀ, ସାମ୍ରାଜ୍ୟବାଦୀ ସେମିତି ଲୁଣ୍ଠନ ଶ୍ରେଣୀମାନଙ୍କୁ ଯିଏ ରକ୍ଷା କରୁଅଛି |ଉତ୍ପୀଦିତ ଲୋକମାନଙ୍କର ଉପରେ ଦମନ -ଅତ୍ୟାଚାର କରି ଚାଲୁଛି |ପୋଲିସ ଓ ପୋଲିସ ସୂଚନା ଦାତାଙ୍କୁ ଗାଁରୂ ତଡି ଦିଅନ୍ତୁ, ମାଓବାଦୀ ପାର୍ଟିକୁ ସହଯୋଗ କରନ୍ତୁ |ପୋଷ୍ଟରରେ 21 ସେପ୍ଟେମ୍ବର 2022 ମଧ୍ୟ ଲେଖା ଯାଇଥିବା ଦେଖିବାକୁ ମିଳିଛି |