ଲିଙ୍ଗ ପରିବର୍ତ୍ତନ କରି ବିବାହ କରିଥିଲେ ସ୍ୱାମୀ

ଫୋକସ ପ୍ଲସ(ବ୍ୟୁରୋ): ଦୀର୍ଘ ୮ ବର୍ଷର ବୈବାହିକ ଜୀବନ ପରେ ମହିଳାଙ୍କୁ ମିଳିଲା ବଡ ଝଟକା | ସ୍ୱାମୀ ଦେଲେ ଧୋକା | ଗୁଜୁରାଟର 40 ବର୍ଷୀୟ ଜଣେ ମହିଳା ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ପୂର୍ବରୁ ଜଣେ ମହିଳା ଥିଲେ | ସ୍ୱାମୀଙ୍କ ମିଛ ଧରା ପଡିବା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଉକ୍ତ ମହିଳା | ପୋଲିସ ତାଙ୍କ ସ୍ୱାମୀଙ୍କୁ ଦିଲ୍ଲୀରୁ ଗିରଫ କରି ଭାଦୋଦରା ଆଣିଛନ୍ତି | ପୂର୍ବରୁ 2011 ମସିହାରେ ଏକ ଦୁର୍ଘଟଣାରେ ପ୍ରଥମ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା | ତାଙ୍କର 14 ବର୍ଷର ଏକ ଝିଅ ମଧ୍ୟ ରହିଛନ୍ତି | 2014 ମସିହାରେ ବିରାଜ ବର୍ଦ୍ଧନ ନାମଙ୍କ ଜଣେ ବ୍ୟକ୍ତିଙ୍କୁ ମ୍ୟାଟ୍ରୋମିନିଆଲ ସାଇଡରେ ଭେଟି ତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ ମହିଳା ଜଣଙ୍କ | ହେଲେ ବିରାଜ ଲିଙ୍ଗ ପରିବର୍ତ୍ତନ କରି ମହିଳାରୁ ପୁରୁଷ ହୋଇଥିଲେ ବୋଲି ଅଜଣା ଥିଲେ ମହିଳା ଜଣଙ୍କ | ତେବେ ସ୍ୱାମୀଙ୍କ ମିଛ ଧରା ପଡିବା ପରେ ଅପ୍ରକୃତିକ ଯୌନ ଶୋଷଣ ଏବଂ ଠକେଇ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା | ଏହା ସହ ସେ ଶାଶୂଘର ଲୋକଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦେଇଛନ୍ତି | ମହିଳା ଜଣଙ୍କ ପୋଲିସ ଆଗରେ ସମସ୍ତ କଥା ବଖାଣି କହିଛନ୍ତି ଯେ, ବିରାଜଙ୍କ ଲିଙ୍ଗ ପରିବର୍ତ୍ତନ କଥା ତାଙ୍କୁ ଲୁଚାଇଥିଲେ ପରିବାର ଲୋକେ | ଏବଂ ବିରାଜ ମଧ୍ୟ ତାଙ୍କୁ ଅପ୍ରକୃତିକ ଯୌନ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିଲେ | ବିରାଜ ସମ୍ପୂର୍ଣ୍ଣ ଭାବରେ ଶାରୀରିକ ସମ୍ପର୍କ ରଖିବାକୁ ଅକ୍ଷମ ଥିଲେ ଏବଂ ବିଭିନ୍ନ ବାହାନା କରୁଥିଲେ | ରୁଷ ରେ ଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା କାହାଣୀ କହି ବାହାନା କରୁଥିଲେ | ମହିଳାଙ୍କ ଏତଲାକୁ ଆଧାର କରି ପୋଲିସ ଅଭିଯୁକ୍ତ ଙ୍କୁ ଦିଲ୍ଲୀରୁ ଗିରଫ କରିଛି |

Leave a Reply

Your email address will not be published. Required fields are marked *