ଖାଇଗଲେ NRGS ଟଙ୍କା

ଫୋକସ ପ୍ଲସ ୧୮/୦୬/୨୨ (ଗୁଣୁପୁର): ଆପଣ ମାନେ ଜାଣିଛନ୍ତି NRGS କାମରେ ଶ୍ରମିକ ବଦଳରେ ମେସିନ ଲଗାଇ କାମ କରାଯାଇ ଶ୍ରମିକଙ୍କ ନାମରେ ଟଙ୍କା ଉଠାଇ ହଡପ କରାଯାଉଥିଲା I କିନ୍ତୁ ଏବେ କିଛି ପଞ୍ଚାୟତରେ ଆଦୌ କାମ ନକରି ଶ୍ରମିକଙ୍କ ନାମରେ ଟଙ୍କା ଉଠାଯାଉଥିବା କଥା ଦେଖିବାକୁ ମିଳୁଛି I ଆମେ କହୁଛୁ ହିନ୍ଦୋଳ ବ୍ଲକ କଳିଙ୍ଗା ପଞ୍ଚାୟତ କଥା I ଯେଉଁ ପଞ୍ଚାୟତରେ ଦୁଇ ଦୁଇଟି ପ୍ରକଳ୍ପରେ କିଛି କାମ ନହୋଇ ବିଲ କରାଯାଉଛି Iସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ କଳିଙ୍ଗା ପଞ୍ଚାୟତ ହେଉଛି ହିନ୍ଦୋଳ ବ୍ଲକ ଉପାଧକ୍ଷ ଙ୍କ ନିଜ ପଞ୍ଚାୟତ କିନ୍ତୁ ଏହି ପରି ବିନା କାମରେ କିପରି ବିଲ କରାଗଲା ତାହା ତଦନ୍ତର ବିଷୟ I କଳିଙ୍ଗା ପଂଚାୟତର Rural park at sukiabati ରେ କିଛି କାମ ନହୋଇ ଟ.21312 ଟଙ୍କା ବିଲ ହୋଇ ସରିଛି ଏବଂ ବଂଧାନାଲି ବନ୍ଧ ରେ 53280 ଟଙ୍କା ବିଲ ହୋଇଛି I ଆମେ ଆପଣଙ୍କୁ ଏହାର ଗ[ଫଟୋ ଦେଖାଉଛୁ ଯାହା 17/06/2022 ଦିନ ଉଠାଯାଇଛି ମାତ୍ର ସେଠି କୌଣସି କାମ ହୋଇନଥିବା ପରେ ମଧ୍ୟ 4/06/2022 ଠାରୁ 10/06/2022 ପର୍ଯ୍ୟନ୍ତ କେଉଁ ଠାରେ ଶ୍ରମିକ କାମ କରୁଥିଲେଯେ ତାଙ୍କ ନାମରେ ବିଲ କରାଯାଇଛି I ଏଥିରେ GRS ଙ୍କୁ ପଚାରିଲେ କହୁଛନ୍ତି କାମ କରିବେ ବୋଲି କହିବାରୁ ମୁଁ ପେମେଣ୍ଟ କରିଦେଇଛି I
କିପରି ସରକାରଙ୍କ ନିୟମର ଧଯିଆ ଉଡ଼ାଜାଉଛି I ଯଦି NMS ଫଟୋ ଉଠାଇ ଲେବର ଟଙ୍କା ଛାଡିବା କଥା ତେବେ କିପରି NMS ଫଟୋ ଉଠାଗଲା ନା ଏଠି NMS ଫଟୋ ଉଠା ଯୋଜନା ଏକ ପ୍ରହସନ I ଏଠି ପ୍ରଶ୍ନ ଉଠେ ଯେ କାମ ନହୋଇ ବିଲ ହେଲା କିପରି ନା ଉପଧାକ୍ଷଙ୍କ ଡରରେ ଟଙ୍କା ଛାଡି ଦିଆଯାଇଛି I ଶୁଣିବାକୁ ମିଳୁଛି ଯେ ଏକ ନାମୀ ଖବର କାଗଜର ସାମ୍ବାଦିକ ଏବଂ ବ୍ଲକ ଉପାଧ୍ୟାକ୍ଷ( ବିଜେଡି ବ୍ଲକ ସଭାପତି )ଙ୍କ ଛତ୍ର ଛାୟାରେ ରହି ପଞ୍ଚାୟତ ଅଧିକାରୀ ଏବଂ ଠିକାଦାର ଦୁର୍ନୀତି କରୁଛନ୍ତି Iଏତେ ଦୁର୍ନୀତି ପଛରେ ଦାୟୀ କିଏ, କାହା ଡରରେ ହିନ୍ଦୋଳ ବିଡ଼ିଓ ମହାଶୟI କୌଣସି ପଦକ୍ଷେପ ନ ନେଇ ଚୁପ ବସୁଛନ୍ତି I ବିଡ଼ିଓ ଙ୍କ ଚୁପ ବସିବା ପଛର କାରଣ ଟଙ୍କା ନା ଭୟ ତାହା ତଦନ୍ତ ସାପେକ୍ଷ I ତେବେ ଏ ସମ୍ପର୍କରେ ଆମେ ଚେଷ୍ଟା କରିଥିଲୁ ବିଡ଼ିଓଙ୍କ ଠାରୁ ମତାମତ ନେବାକୁ କିନ୍ତୁ ବିଡ଼ିଓ ମହାଶୟ ଆମ ଫୋନକୁ ଉଠାଇବାକୁ କାହିଁକି କୁଣ୍ଠାବୋଧ କରୁଛନ୍ତି |

ହିନ୍ଦୋଳରୁ ଧବଳ ପ୍ରସାଦ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *