ଲୁଟେରା ଗ୍ୟାଙ୍ଗଙ୍କୁ କାବୁ କଲା ମୟୂରଭଞ୍ଜ ପୋଲିସ, ନଗଦ ୪୬ ହଜାର ଟଙ୍କା, ୮ଟି ମୋବାଇଲ ସହ ସୁନା ଗହଣା ଜବତ, ୬ ଗିରଫ ୭ଜଣଙ୍କ ହଜିଥିବା ମୋବାଇଲ ଫେରାଇଲେ ଏସପି ଏସପି ସୁଶ୍ରୀ

ମୟୂରଭଞ୍ଜ: ଦିନକୁ ଦିନ ବାରିପଦା ସହର ରେ ଚୋରି ଡକାୟତି ବଢିବାରେ ଲାଗିଛି ଆଉ ସହରର ଶାନ୍ତିଶୃଙ୍ଖଳା ବଜାଇ ରଖିବା ପାଇଁ ପଣ ନେଇଛନ୍ତି ନୂତନ ଭାବେ କାର୍ଯ୍ୟରେ ଯୋଗ ଦେଇଥିବା ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ଏସ ସୁଶ୍ରୀ। ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ମୟୂରଭଞ୍ଜ ଏସପି ଏସ ସୁଶ୍ରୀ ସୂଚନା ଦେଇ କହିଛନ୍ତି ବାରିପଦା ସହରରେ ଗତ କିଛି ମାସ ଧରି ଚୋରି ବଢ଼ିବାରେ ଲାଗିଥିବା ବେଳେ ପୋଲିସ ଚୋରକୁ ଧରିବା ପାଇଁ ବହୁ ସ୍ଥାନରେ ପେଟ୍ରୋଲିଂ ଓ ନାକା ଆଦି ବହୁ ପ୍ରୟାସ ଜାରି ରଖିଛି। ଚୋରି କୁ ରୋକ ଲଗାଇବା ପାଇଁ ପୋଲିସ ଅନବରତ କାର୍ଯ୍ୟ କରୁଛି। ମୟୂରଭଞ୍ଜ ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଗତ ୯ ତାରିଖ ରାତିରେ ବାରିପଦା ଟାଉନ ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ ନିଜର ଟିମ ସହିତ ପେଟ୍ରୋଲିଂ କରୁଥିବା ବେଳେ ଲାଲ ସାହେବ ଛକ ଠାରେ କିଛି ପିଲା ରାତ୍ରିରେ ସନ୍ଦେହ ଜନକ ଭାବରେ ବୁଲୁଥିବାର ଦେଖି ପିଛା କରି ୬ଜଣଙ୍କୁ ଧରିଥିଲେ। ଅନ୍ୟ କିଛି ଯୁବକ ଫେରାର ହୋଇଯାଇଥିଲେ। ଉକ୍ତ ଛଅ ଜଣଙ୍କ ମଧ୍ୟରୁ ଚାରିଜଣ ନାବାଳକ ଥିଲେ ସେମାନଙ୍କ ଠାରୁ ବିଭିନ୍ନ ହାତ ହତିଆର ସହ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା।
ଏଥି ମଧ୍ୟରୁ ୮ଟି ମୋବାଇଲର ମାଲିକ ମାନେ ଠାବ ହୋଇଥିବାରୁ ସେମାନଙ୍କୁ ସାମ୍ବାଦିକ ସମ୍ମିଳନୀରେ ମୋବାଇଲ ଫୋନ ଫେରସ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *