ବୌଦ୍ଧ ୨୨/୨/୨୦୨୪: ଲୋକଙ୍କ ଜୀବନ ଯାଉକି ଘରେ ନିଆଁ ଲାଗୁ ଆଉ ଆସିବେ ନାହିଁ ଅଗ୍ନିଶମ କର୍ମଚାରୀ। ଜରୁରୀକାଳୀନ ସେବାରୁ ଓହରିଲେ ଅଗ୍ନିଶମ କର୍ମଚାରୀ । ଏବେ ଦୁଇଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ଅଗ୍ନିଶମ କର୍ମଚାରୀ। ଜିଲ୍ଲାର ଚାରିଛକ ,ବୌଦ୍ଧ ,ବଉଶୁଣି, କଣ୍ଟାମାଳ ସବୁଠି ଅଚଳାବସ୍ଥା । କର୍ମଚାରୀ ମାନେ ଧାରଣାରେ ବସି ରହିଛନ୍ତି । ଦମକଳ କେନ୍ଦ୍ର ଆଗରେ ଅଗ୍ନିଶମ କର୍ମଚାରୀମାନେ ଦୁଇ ଦଫା ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିବା ଜଣାପଡ଼ିଛି। ପ୍ରମୁଖ ଦାବି ଗୁଡିକ ମଧ୍ୟରେ ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ, ଗାଡିଚାଳକ ଓ ହାବିଲଦାରଙ୍କ ପୂର୍ବପରି ଓଡିଶା ପୁଲିସ ହାବିଲଦାରଙ୍କ ଭଳି ଦରମା ଓ ଭତ୍ତା ପ୍ରଦାନ କରାଯିବା , ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜୀକରଣ କରାଯିବା ଭଳି ଦାବି ରହିଛି । ବୌଦ୍ଧ ଜିଲାର ବିଭିନ୍ନ ଦମକଳ କେନ୍ଦ୍ରରେ ନିୟୋଜିତ ଶତାଧିକ ଅଗ୍ନିଶମ କର୍ମଚାରୀମାନେ କାର୍ଯ୍ୟବନ୍ଦ କରି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି l ସେପଟେ ନିଜକୁ ବିପର୍ଯ୍ୟୟ ପରିଚାଳନା ନାରେ ଏକ ନମ୍ବର ବୋଲାଉଥିବା ସରକାର କେବେ ଅଗ୍ନିଶମ କର୍ମଚାରୀ ଙ୍କ ଦାବି ଶୁଣୁଛି ତାହା ଦେଖିବା ପାଇଁ ବାକି ରହିଲା । ଅନ୍ୟପଟେ ଯେପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି କର୍ମଚାରୀମାନେ କହିଛନ୍ତି ।