ଫୋକସ ପ୍ଲସ (ନିଶ୍ଚିନ୍ତକୋଇଲି)୧୦/୦୭/୨୦୨୨ :
ବାଇଚଢେଇରେ, ବାଇଚଢେଇ
ତୋ ମା ଯାଇଛି ଗାଈ ଚରେଇ,
ଆସିଲେ ଖାଇବୁ ପେଟ ପୁରେଇ
ବାଇଚଢେଇରେ, ବାଇଚଢେଇ ||
ଦିନ ଥିଲା ବାଇ ଚଢେଇ ର କିଚିରି ମିଚିରି ସବଦ ରେ ପ୍ରକମ୍ପିତ ହେଇପଡୁଥିଲା ସମଗ୍ର ଗ୍ରାମ୍ୟ ପରିବେଶ |
ହେଲେ ଏବେ ଆଉ ଶୁଣିବାକୁ ମିଳୁନି ବାଇଚଢେଇର କିଚିରି ମିଚିରି ଶବ୍ଦ | ଆଉ ଦେଖିବାକୁ ମିଳୁନି ପବନ ରେ ଦୋଳାୟ ମାନ ବାୟା ବସା | ଧୀରେ ଧୀରେ ବିଲୋପ ହେବାରେ ଲାଗିଲାନି ବାଇଚଢେଇର ଆଉ ବାୟା ବସା |
କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବଡ କ୍ଷୀର ଗ୍ରାମରେ ଥିବା ତାଳ ଗଛରେ ଏବେବି ଦେଖିବାକୁ ମିଳୁଛି ଅନେକ ଗୁଡିଏ ବାୟା ବସା ଆଉ ତା ସହିତ ଶୁଣିବାକୁ ମିଳୁଛି ବାଇଚଢେଇର ସେଇ ମନ ମାତାଣିୟା କିଚିରି ମିଚିରି ଶବ୍ଦ | ଯାହାକୁ ଦେଖିଲେ କବି ଟିଏ ଗୁଣୁ ଗୁଣୁ ହୋଇ ଲେଖିଯାଏ ଅନେକ କବିତା | କଥାରେ ଅଛି ବାଇଆ ଚଢେଇ ର କି ଯାଏ , ବା ଦେଲେ ବସା ଦୋହଲୁ ଥାଏ | ଝଡ, ବରଷା କୁ ଖତରୀ ନକରି ପବନ ରେ ଦୋଳି ପରି ଝୁଲୁଥାଏ ବାଇ ଚଢେଇ ର ବାୟା ବସା | ପବନ ର ସୁ ସୁ ଶବ୍ଦ ସାଙ୍ଗକୁ ମନ ହୃଦୟ ଯେମିତି ଅପୂର୍ବ ମୂର୍ଚ୍ଛନା ରେ ଆନ୍ଦୋଳିତ ହୋଇ ଉଠେ | ବାରମ୍ବାର ପ୍ରାକୃତିକ ବିପର୍ଯୟ ସାଙ୍ଗକୁ ଜଙ୍ଗଲ ହ୍ରାସ ରୁ ବାଇ ଚଢେଇ ବିଲୋପ ର ମୁଖ୍ୟ କାରଣ କହିଛନ୍ତି ପ୍ରକୃତି ପ୍ରେମୀ
ନିଶ୍ଚିନ୍ତକୋଇଲିରୁ ଫାଲ୍ଗୁନୀ ପ୍ରସାଦ ପଣ୍ଡାଙ୍କ ରିପୋର୍ଟ |