ଶଙ୍ଖ ଖୋଳପାରେ କଂଗ୍ରେସ ମଦ ବେପାରୀ

କରଞ୍ଜିଆ11/12/2023; ଶଙ୍ଖ ଖୋଳପାରେ କଂଗ୍ରେସ ମଦ ବେପାରୀ। ବିଜେଡି ସରକାରର ଅନୁକମ୍ପାରେ ସାହୁ ବ୍ରଦର୍ସ କୋମାଇଥିବା କୋଟି କୋଟି କଳା ଟଙ୍କାକୁ କେନ୍ଦ୍ରୀୟ ଆୟକର ବିଭାଗ ଜବଦ ପରେ ରାଜ୍ୟ ସରକାରଙ୍କ ମୁଖା ଖୋଲିଛି। କଂଗ୍ରେସ ଓ ବିଜେଡି ର୍ ଭିତିରି ସମ୍ପର୍କ ପଦାକୁ ଆସିଛି। ଆଗାମୀ ସାଧାରଣ ନିର୍ବାଚନରେ ରେ ବିଜେଡି ସରକାର ଏହି କଳା ଟଙ୍କାରେ ଭୋଟ କିଣିବା ପାଇଁ ଯୋଜନା ଥିବା ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଛନ୍ତି ବିଜେପି ନେତାମାନେ,ଆଜି କରଞ୍ଜିଆ ଉପଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିଜେପି ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ତରଫରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖମନ୍ତ୍ରୀ ନବୀନ ପଟନାୟକ ଏବଂ କଂଗ୍ରେସ ସାଂସଦ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

Leave a Reply

Your email address will not be published. Required fields are marked *