ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ଟ୍ୱିଟର୍

ଫୋକସ ପ୍ଲସ 30/10/22(ବ୍ୟୁରୋ): ଟ୍ୱିଟର୍ ସିଇଓ ପରାଗ ଅଗ୍ରୱାଲ ଓ ବଡ ବଡ ପଦାଧିକାରୀଙ୍କ ପରେ ଏବେ କର୍ମଚାରୀଙ୍କ ପାଳି। ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ଟ୍ୱିଟର୍। ସୋଶାଲ ମିଡିଆ କମ୍ପାନୀ ଟ୍ୱିଟର୍‌କୁ କିଣିବା ପରେ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି ଏଲନ ମସ୍କ।

ପ୍ରଥମେ କମ୍ପାନୀ ବଡ଼ ବଡ଼ ପଦାଧିକାରୀଙ୍କୁ ଚାକିରିରୁ ବିଦା କରିବା ପରେ ଏବେ ସାରା ବିଶ୍ୱରେ କମ୍ପାନୀର ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବ ବୋଲି ସୂଚନା ମିଳିଛି। ଏନେଇ ଆମେରିକା ଖବରକାଗଜ ଦି ନ୍ୟୁ ୟର୍କ ଟାଇମ୍ସରେ ଖବର ପ୍ରକାଶ ପାଇଛି। ଏହାକୁ ଟ୍ୱିଟର୍ କର୍ମଚାରୀଙ୍କ ମହଲରେ ଆତଙ୍କ ଖେଳିଯାଇଛି।

 

Leave a Reply

Your email address will not be published. Required fields are marked *