ଶବକୁ ରାସ୍ତାରେ ରଖି ଅବରୋଧ କଲେ ଗ୍ରାମବାସୀ

ଫୋକସ ପ୍ଲସ 27/11/22 ( ଅନୁଗୁଳ):  ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଜରପଡା ଥାନା ଅନ୍ତର୍ଗତ କତଡା ଠାରେ ଶବ କୁ ଜାତୀୟ ରାଜପଥ ଉପରେ ରଖି ରାସ୍ତା ଅବରୋଧ କରିଥିବାର ଦେଖିବାକୁ ମିଳିଛି। ତେବେ ସୂଚନା ମୁତାବକ ଛେଣ୍ଡିପଦା ବ୍ଲକ ଦୁବନାଳି ଗ୍ରାମର ୨୫ବର୍ଷୀୟ ଯୁବକ ଟିଟୁ ପ୍ରଧାନ, ବାପା- ଶ୍ରୀଧର ପ୍ରଧାନ। ଏକ ବର୍ଷ ହେଲା ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଏବଂ ତାଙ୍କର ୩ମାସର ଏକ କୁନି ପୁଅ ଟିଏ ମଧ୍ୟ ଅଛି । ସେ କିଛି ମାସ ହେଲା G. A ସଂସ୍ଥାରେ ସିକୁରିଟୀ ଭାବେ କାର୍ଯ୍ୟରତ ଥିଲେ। ତେବେ ଆଜି ସକାଳୁ ଭୋର୍ ସମୟରେ ଡିୟୁଟି ରେ ଥିବା ସମୟରେ ତାଙ୍କ ଛାତିରେ ଯନ୍ତ୍ରଣା ଦେଖାଦେଇଥିଲା। ସଙ୍ଗେ ସଙ୍ଗେ କମ୍ପାନୀ କତୃପକ୍ଷ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦେହ ଅସୁସ୍ଥ ହୋଇ ଡାକ୍ତରଖାନା ନେଇ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ସାରିବା ପରେ ପରିବାର ଲୋକେ ଜାଣିବାକୁ ପାଇଲେ।ତେବେ ପରିବାର ବର୍ଗଙ୍କୁ ନ ଜଣାଇ ମେଡିକାଲ ନେବାକୁ ବିରୋଧ କରିଛନ୍ତି ପରିବାର ଲୋକେ ଏବଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ରାସ୍ତା ରୋକ କରିଥିଲେ। ସ୍ଥାନୀୟ ଜରପଡା ପୋଲିସ୍ ଆସି ବୁଝାସୁଝା କରିବା ପରେ ସ୍ଥାନୀୟ ଲୋକେ କମ୍ପାନୀ କତୃପକ୍ଷ ମୃତକଙ୍କ ପରିବାରକୁ କିଛି କ୍ଷତିପୂରଣ ଦେବାକୁ ରାଜି ହେବାରୁ ପରିସ୍ଥିତି ସ୍ଵାଭାବିକ ହୋଇଥିଲା।

Leave a Reply

Your email address will not be published. Required fields are marked *