ଫୋକସ ପ୍ଲସ (କୋଣାର୍କ)୨୦/୦୭/୨୦୨୨: ଦୀର୍ଘ ଦୁଇ ଦସନ୍ଧି ଦେହ ଗୋପ ବ୍ଲକର ନୂତନ ଭାବରେ ପାୟରା ପଞ୍ଚାୟତ ଗଠିତ ହୋଇଥିଲେ ମଧ୍ୟ ଏବେ ବି ଅନେକ ଲୋକେ ସାଧାରଣ ମୌଳିକ ସମସ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି ।ଏବେ ଏକ ସପ୍ତାହ ହେବ ବର୍ଷା ହେବା ଫଳରେ ସବୁ ବିଲ୍ ବାଡ଼ିରେ ପାଣି ଜମି ରହିଥିବା ବେଳେ। ସେପଟେ ଗାଁ ଶ୍ମଶାନ କୁ ରାସ୍ତା କି ଶ୍ମଶାନ ରେ ଶବ ଦାହ ଗୃହ ନଥିବା ହେତୁ ଶତାଧିକ ଦଳିତ ପରିବାର ଲୋକେ ଶବ ଦାହ କରିବା ପାଇଁ ନାହିଁ ନ ଥିବା ହଇରାଣ ର ଶୀକାର ହୋଇଥିବା ଦେଖିବାକୁ ମିଳିଛି। ଆଣ୍ଠୁଏ ପାଣି କାଦୁଅ ରେ ପଶି ଯାଉଛନ୍ତି ଶବ ଦାହ କରିବା ପାଇଁ ।ସେପଟେ କିନ୍ତୁ ଦୀର୍ଘ ଦିନ ଧରି ଜିତିଆସୁଥିବା ସରପଞ୍ଚ ବାବୁ ଦଳିତ ପରିବାର ମାନଙ୍କୁ ଅଣଦେଖା କରିଥିବା କୁହନ୍ତି ଗାଁ ଲୋକେ ।ଗତକାଲି ଗୋପ ବ୍ଲକ ଅନ୍ତର୍ଗତ ପୟରା ପଞ୍ଚାୟତ ର ଗଡସିଠା ଗ୍ରାମର ହରିଜନ ସାହିର ଏକ ଲୋକ ମୃତ୍ୟୁ ବରଣ କରିବା ପରେ ଯେତେବେଳେ ଶବ ଦାହ କରିବାକୁ ଶ୍ମଶାନ କୁ ଯାଆନ୍ତି ତେବେ ଦେଖିବାକୁ ମିଳିଥିଲା କେଉଁ ଉପାନ୍ତ ଅଞ୍ଚଳର ଦୃଶ୍ୟ ପରିକା ।
ନା ଅଛି ଶ୍ମଶାନ କୁ ରାସ୍ତା ନା ସେଠାରେ ଅଛି ଶବ ଦାହ ଗୃହ ।
ଗାଁ ଲୋକେ ଅନେକ ଚେଷ୍ଟା କରି ସେହି କାଦୁଅ ଭରା ବିଲରେ ଯାଇ ବଡ କଷ୍ଟରେ ପହଞ୍ଚିଥିଲେ ଶ୍ମଶାନ ରେ । ହେଲେ ସେଠିବି ନ ଥିଲା ଶବ ଦାହ ଗୃହ । ଖୋଲା ଆକାଶ ତଳେ ଚାଲିଛି ଏବେ ବି ଶବ ଦାହ ।ଏ ନେଇ ଆମେ ପୟରା ପଞ୍ଚାୟତ ର ସରପଞ୍ଚ ନୀଳମଣି ବାବୁ ଙ୍କ ସହିତ ଫୋନ୍ ରେ ଯୋଗାଯୋଗ କରିବା ପରେ ସେ କହିଥିଲେ News କୁ ଟିକିଏ ବଞ୍ଚେଇ କି କରିବ ।ଏଥିରୁ ଜଣାପଡୁଛି ବାବୁ କେତେ ତପ୍ତର ଅଛନ୍ତି ଦଳିତ ପରିବାର ଲୋକ ମାନଙ୍କ ପାଇଁ ।ହେଲେ ଏଭଳି ଘଟଣା ବିଷୟରେ ଆମ ପ୍ରତିନିଧି ମଧ୍ୟ ପୟରା ପଞ୍ଚାୟତ ର ସମିତି ସଭ୍ୟ ତଥା ଗୋପ ବ୍ଲକ ଉପାଧ୍ୟକ୍ଷ ବନ ରଞ୍ଜନ ପଟ୍ଟନାୟକ ଙ୍କ ସହ ଯୋଗାଯଗ କରିବା ପରେ ସେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରଙ୍କୁ ଆଶ୍ଵାସନା ଦେଇ ଅନୁକମ୍ପମୂଳକ ୧୦୦୦ ଅର୍ଥ ରାଶି ସହଯୋଗ କରିବା ସହିତ ପୟରା ପଞ୍ଚାୟତ ରେ କିପରି ଅନେକ ମୌଳିକ ସମସ୍ୟାର ସମାଧାନ କରାଯିବ ସେଥିପ୍ରତି ଗୁରୁତ୍ୱ ନିଶ୍ଚିତ ଦିଆଯିବ ବୋଲି କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା କେବେ ସ୍ଥାନୀୟ ପ୍ରଶାସନ ରନିଦ ଭାଙ୍ଗୁଛି ।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ ପ୍ଲସ |