ଫୋକସ ପ୍ଲସ(ନବରଙ୍ଗପୁର)୨୨/୦୮/୨୦୨୨: ଦଶମୁ ପନ୍ନକା ନାମକ ଜଣେ ବୃଦ୍ଧ ର ଦେହାନ୍ତ ପରେ ଶବ ପତିବା ସ୍ଥାନକୁ ନେଇ ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ରେ ଉତ୍ତେଜନା ଲାଗିରହିଛି। ରବିବାର ଅପରାହ୍ନ ୨ଟା ସୁଦ୍ଧା ଗାଁ ରେ ବିବାଦ କାରଣରୁ ଶବ ପୋତା ହୋଇ ପାରିନାହିଁ। ଗାଁ ଲୋକଙ୍କ କହିବା ଅନୁସାରେ ମୃତ ବ୍ୟକ୍ତିଙ୍କ ପରିବାର ହିନ୍ଦୁ ଧର୍ମ ତ୍ୟାଗ କରି ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଛନ୍ତି। ତେଣୁ ଶବକୁ ହିନ୍ଦୁ ଶ୍ମଶାନରେ ପୋତିବା ପାଇଁ ଅନୁମତି ଦିଆ ଯାଉନି। ସ୍ଥାନୀୟ ତହସିଲ ଅଧିକାରୀ ଓ ପୋଲିସ ମଧ୍ୟ ଗାଁ ରେ ଉପସ୍ଥିତ ଅଛନ୍ତି। ବିଭିନ୍ନ ସାମାଜିକ ଓ ଧାର୍ମିକ ସଂଗଠନ ର ବ୍ୟକ୍ତି ମାନେ ନିଜ ନିଜ ମତ ବ୍ୟକ୍ତ କରିଛନ୍ତି। ଏଭଳି ଅସ୍ବାଭାବିକ ପରିସ୍ଥିତି ପାଇଁ ହିନ୍ଦୁ ମହାସଂଘ ସିଧାସଳଖ ଅନ୍ୟାୟ ଧର୍ମାନ୍ତରୀକରଣ ଓ ବାହାରୁ ଆସୁଥିବା ମିଶନାରୀ ମାନଙ୍କୁ ଦାୟୀ କରିଛି। ଉଭୟ ପକ୍ଷ ସମସ୍ୟା ର ଆଶୁ ସମାଧାନ କରନ୍ତୁ ଏବଂ ଗାଁ ରେ ସାଂପ୍ରଦାୟିକ ସଦ୍ଭାବ ରହୁ , ସମସ୍ତେ ମିଳିମିଶି ରୁହନ୍ତୁ ଏବଂ ଅନ୍ୟାୟ ଧର୍ମାନ୍ତରୀକରଣ ବନ୍ଦ ହେଉ ବୋଲି ହିନ୍ଦୁ ମହାସଂଘ ଆଶାବ୍ୟକ୍ତ କରିଛି।
ନବରଙ୍ଗପୁର ରୁ ପଙ୍କଜ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |