ଫୋକସ ପ୍ଲସ 14/12/2022(ବାଙ୍କୀ): ଶୀତ ଦିନିଆ ପନିପରିବା ଫସଲ ଅମଳ ବାହାରି ସାରିଥିବା ବେଳେ ଚାଷୀ ଖୁସି ହେବା ପରିବର୍ତ୍ତେ ନିଜର ଦୁଃଖ ପ୍ରକଟ କରିଛନ୍ତି। ଅଭିଯୋଗ ଚାଷୀ ଯେତିକି ପନିପରିବା ଫସଲ ଡେରିବା ପାଇଁ ଖର୍ଚ୍ଚ କରିଛି।ତାହାଠାରୁ ଅମଳ ରୁ ଅର୍ଥ କମ ପାଉଛି। କିନ୍ତୁ ଏହାର ଲାଭବାନ ହେଉଛନ୍ତି ବେପାରୀ। ଶାଗ ମାଛ ଡରରେ ଏବେ ନିଜର ପନିପରିବା ଅମଳ ଫସଲ କୁ ବିକ୍ରି କରୁଛି ଚାଷୀ ବୋଲି ଅଭିଯୋଗ। ସେପଟେ ସରକାରୀ ସୁବିଧା ସହଯୋଗ ରୁ ବଞ୍ଚିତ ରହୁଛନ୍ତି ବାଙ୍କୀ ଡମପଡା ବ୍ଲକ କୁସୁପଙ୍ଗି ଅଞ୍ଚଳର ଶତାଧିକ ଚାଷୀ। ଏଠାକାର ଚାଷୀ ଶୀତ ଦିନରେ ବନ୍ଧା କୋବି, ଫୁଲ କୋବି, ମୂଳା, ଆଳୁ ବିନ, ଝୁଡ଼ଙ୍ଗ,ଟମାଟୋ,ଲଙ୍କା ଭଳି ପ୍ରାୟ ୧୨ ଟି ରୁ ଉର୍ଦ୍ଧ କିସମ ର ପନିପରିବା ଫସଲ କରିଥାନ୍ତି। ଏ ନେଇ ଗ୍ରାଉଣ୍ଡ ଜିରୋ ରୁ ଚାଷୀଙ୍କ ସହିତ କରିଛୁ ଆଲୋଚନ।