ଶାଙ୍କୁଡ଼ା ପଂଚାୟତ ରେ ମଦ ମୁକ୍ତି ଅଭିଯାନ

ବେଗୁନିଆପଡା : ଗଂଜାମ ଜିଲା କୋଦାଳ ଥାନା ଅନ୍ତର୍ଗତ ଶାଙ୍କୁଡ଼ା ପଂଚାୟତରେ ମଦମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି |ବିଭିନ ସମୟରେ ଲୋକେ ନିଶା କବଳରେ ପଡୁଥିବା ବେଳେ ଅଧିକାଂଶ ଯୁବକ ଏହି ନିଶା କବଳରେ ପଡୁଥିବା ନଜର କୁ ଆସୁଛି |ଏହି ନିଶା ଦାଉରୁ ସମାଜକୁ ରକ୍ଷା କରିବା ପାଇଁ ଶାଙ୍କୁଡ଼ା ପଂଚାୟତ ର ସରପଞ୍ଚ ଶ୍ରୀମତୀ ସୁଷମା ତିଆଡ଼ି ,ନାଏବ ସରପଞ୍ଚ ଗଦାଧର ପ୍ରଧାନ ,ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର ନାଥ ତିଆଡ଼ି ,ଶାଙ୍କୁଡ଼ା ହରିହର ଗ୍ରାମ୍ୟ କମିଟି ର ସଭାପତି କିଶୋର ଚନ୍ଦ୍ର ସାହୁ,ଏସଏଚଜି ର ଏମବିକେ ମାଧୁରୀ ମହାରଣା ,ସଭାପତି ମମତା କୁମାରୀ ସାହୁ ପ୍ରମୁଖ ଏକ ଶୋଭାଯାତ୍ରା ଜରିଆରେ ଲୋକଙ୍କୁ ସଚେତନ କରାଇଥିଲେ “ଖାଇଲେ ମଦ ,ହୋଇବ ଗଧ ଓ ମଦ୍ୟପ ମଣିଷ ସମାଜ ର କଳଙ୍କ” ବ୍ୟାନର ରେ ଉକ୍ତ ଲୋକ ପ୍ରତିନିଧି ଙ୍କ ସମେତ ପଂଚାୟତ ର ବହୁ ମହିଳା ଯୋଗ |

Leave a Reply

Your email address will not be published. Required fields are marked *