ବାଲେଶ୍ବର: ଶାରଦୀୟ ଅମୃତ କୁମ୍ଭ’ ଅଫରର ଭାଗ୍ୟଶାଳୀ ବିଜେତାଙ୍କ ନାମ ଘୋଷଣା କରିଛି ଟିପିଏନଓଡିଏଲ।ଦୁର୍ଗାପୂଜା ଅବସରରେ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଏହି ଅଫର ଉପଲବ୍ଧ କରାଯାଇଥିବାବେଳେ ଲକି ଡ୍ର ମାଧ୍ୟମରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଏହି ଅବସରରେ ବାଲେଶ୍ବର ସ୍ଥିତ ଟିପିଏନଓଡିଏଲ ମୁଖ୍ୟାଳୟରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧ୍କାରୀ ଭାସ୍କର ସରକାରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି।ଟିପିଏନଓଡିଏଲ ସିଇଓ ଶ୍ରୀ ସରକାର କହିଥିଲେ ବାଲେଶ୍ବର ବାରିପଦା,କେନ୍ଦୁଝର,ଭଦ୍ରକ, ଯାଜପୁର ଆଞ୍ଚଳିକ କ୍ଷେତ୍ରରୁ ୪ଟି ବର୍ଗରେ ଭାଗ୍ୟଶାଳୀ ଉପଭୋକ୍ତାଙ୍କୁ ଚୟନ କରାଯାଇ ପ୍ରତି ବର୍ଗରେ ୯୦ଜଣ ଲେଖାଏଁ ସମୁଦାୟ ୩୬୦ଜଣ ଉପଭୋକ୍ତା ପୁରସ୍କୃତ ହେବା ପାଇଁ ମନୋନୀତ ହୋଇଛନ୍ତି। ୨୦ଜଣ ପ୍ରଥମ ଉପହାରର ଭାଗ୍ୟଶାଳୀ ବିଜେତାଙ୍କୁ ମୋବାଇଲ ଫୋନ ପ୍ରଦାନ କରାଯାଉଥିବା ବେଳେ ଦ୍ୱିତୀୟ ଉପହାରରେ ୪୦ଜଣଙ୍କୁ ମିକ୍ସର ଗ୍ରାଇଣ୍ଡର ତୃତୀୟ ସ୍ଥାନ ପାଇଁ ୧୦୦ ଜଣଙ୍କୁ ଇଣ୍ଡକ୍ସନ ଓଭେନ କରାଯାଇଛି।ସାନ୍ତନା ମୂଳକ ବର୍ଗରେ ମଧ୍ୟ ୨୦୦ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଲକି ଡ୍ର ମାଧ୍ୟମରେ ନାମ ଚୟନ କରାଯାଇଛି। ‘ନୂତନ ବର୍ଷ ଅମୃତ କୁମ୍ଭ’ ଅଫର ଆରମ୍ଭ କରାଯାଇଥବା ଟିପିଏନଓଡିଏଲ ପକ୍ଷରୁ ସୂଚନା ଦେଇଛନ୍ତି।’ବିଲ୍ ପେ ଏଣ୍ଡ ୱିନ୍ ଯୋଜନା ଅଧୀନରେ ଉପଭୋକ୍ତାମାନେ ବିଦ୍ୟୁତ ଦେୟ ପଇଠ କରି ଆକର୍ଷଣୀୟ ଉପହାର ଜିତିବାର ସୁଯୋଗ ପାଇ ପାରିବେ ଉପଭୋକ୍ତା।କେବଳ ଶୂନ୍ୟ ବକେୟା ଥିବା ଉପଭୋକ୍ତାମାନଙ୍କୁ ଏହି ଉପହାର ପ୍ରଦାନ କରାଯିବା ସହ ‘ଲକି ଡ୍ର’ ମାଧ୍ୟମରେ ପ୍ରତି ମାସରେ ୧୫୦ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ଚୟନ କରାଯିବା ସହ ଭାଗ୍ୟଶାଳୀ ବିଜେତାଙ୍କୁ ମୋବାଇଲ ଫୋନ୍ ମଧ୍ୟ ପ୍ରଦାନ କରାଯିବା ବୋଲି ସିଇଓ ଶ୍ରୀ ସରକାର ସୂଚନା ଦେଇଥିଲେ।