ଶାଳଗ୍ରାମରେ ତିଆରି ହେବ ଭଗବାନ ଶ୍ରୀ ରାମଙ୍କ ପ୍ରତିମା

ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ):ଅଯୋଧ୍ୟାରେ ନିର୍ମାଣାଧିନ ଭବ୍ୟ ଶ୍ରୀରାମ ମନ୍ଦିରରେ ଶୋଭା ପାଇବେ ଦିବ୍ୟ ଶାଳଗ୍ରାମରେ ପ୍ରସ୍ତୁତ ଶ୍ରୀରାମ ଓ ସୀତାଙ୍କ ବିଗ୍ରହ । ଏଥିପାଇଁ ନେପାଳରୁ ୨ଟି ଟ୍ରକରେ ଶାଳଗ୍ରାମ ବୋଝେଇ ହୋଇ ଆସି ଅଯୋଧ୍ୟାରେ ପହଞ୍ଚିଛି । ତେବେ ଗତ ବୁଧବାର ରାତିରେ ଅଯୋଧ୍ୟାରେ ପହଞ୍ଚିବା ପରେ ସାଧୁସନ୍ଥ ଓ ସ୍ଥାନୀୟ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ପ୍ରଥମେ ଗୋରଖନାଥ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା ।ନେପାଳର ଗଣ୍ଡକି ନଦୀରୁ ଏହି ଶାଳଗ୍ରାମ ଅଣାଯାଇଛି । ଏହି ଶାଳଗ୍ରାମର ଓଜନ ୩୦ ଟନ୍ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହାକୁ କାଟି ବିଗ୍ରହ ନିର୍ମାଣ ପୂର୍ବରୁ ଏହାର ବିଧି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି । ନେପାଳରୁ ଆସିଥିବା ଦୁଇଟି ଶାଳଗ୍ରାମ ମଧ୍ୟରୁ ଗୋଟିଏ ୧୮ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୨ ଟନ ଓଜନର ବୋଲି ଜଣାପଡିଛି । ଏଗୁଡିକ ୫ରୁ ୬ ଫୁଟ ଲମ୍ବ ଓ ୪ ଫୁଟ ଚଉଡ଼ା । ଶାଳଗ୍ରାମକୁ ଭଗବାନ ବିଷ୍ଣୁ ଭାବେ ବିବେଚନା କରାଏ । ବିଶେଷ କରି ନେପାଳର ଗଣ୍ଡକି ନଦୀରେ ଏହି ଶାଳଗ୍ରାମ ମିଳିଥାଏ ।ତେବେ ଆସନ୍ତା ୨୦୨୪ ମକର ସଂକ୍ରାନ୍ତି ପୂର୍ବରୁ ରାମଲାଲାଙ୍କ ବିଗ୍ରହ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଶାଳଗ୍ରାମରେ ପ୍ରସ୍ତୁତ ବିଗ୍ରହରେ ଆଉ ପ୍ରାଣ ପ୍ରତିଷ୍ଠା ପୂଜା ଆବଶ୍ୟକ ନଥାଏ ବୋଲି କୁହାଯାଏ । ସିଧା ବିଗ୍ରହ ସ୍ଥାପନ ସହ ପୂଜାର୍ଚ୍ଚନା ଆରମ୍ଭ ହୋଇଥାଏ । ଶ୍ରୀରାମ ମନ୍ଦିର ନିର୍ମାଣ ଶେଷ ହେବା ପରେ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ ଶାଳଗ୍ରାମରେରେ ନିର୍ମିତ ଭବ୍ୟ ମୂର୍ତ୍ତି ଗର୍ଭଗୃହରେ ସ୍ଥାପନ କରାଯିବ |

Leave a Reply

Your email address will not be published. Required fields are marked *