ଶାହରୁଖଙ୍କ ପ୍ରେମରେ ଉର୍ଫି

ଫୋକସ ପ୍ଲସ ୨୮/୧/୨୩(ବ୍ୟୁରୋ): ନିଜର ଆଉଟ ଫିଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଉର୍ଫି ଯାଭେଦ । କାରଣ ସବୁବେଳେ ଭିନ୍ନ ଧରଣର ପୋଷାକ ପିନ୍ଧି ଲୋକଙ୍କ ସାମ୍ନାକୁ ଆସିଥାନ୍ତି ଉର୍ଫି । ତାଙ୍କ ପୋଷାକ ଶୈଳି ସବୁବେଳେ ବୋଲ୍ଡ ଅନ୍ଦାଜରେ ହୋଇଥାଏ । ହେଲେ ଏବେ ସେ ତାଙ୍କ ପୋଷାକ ପାଇଁ ନୁହେଁ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ହଁ ଆଜ୍ଞା ଶାହରୁଖ ଖାନଙ୍କ ଫିଲ୍ମ ପଠାନ ବ୍ଲକବଷ୍ଟର ହୋଇଛି। ଏଥି ମଧ୍ୟରେ ଉର୍ଫି ଜାଭେଦ୍ ଏପରି କିଛି କହିଛନ୍ତି ଯାହା ଶାହରୁଖ-ଗୌରୀ ଖାନଙ୍କୁ ଚକିତ କରିବ। ନିଜ ଆଉଟଫିଟ୍ ଏବଂ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଉର୍ଫି ଶାହରୁଖ ଖାନଙ୍କୁ ବିବାହ ପ୍ରସ୍ତାବ ଦେଇଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।ଶାହାରୁଖଙ୍କ ଫିଲ୍ମ ପଠାନର ସଫଳତା ମଧ୍ୟରେ ଉର୍ଫି କହିଛନ୍ତି ମୋତେ ତୁମର ଦ୍ୱିତୀୟ ପତ୍ନୀ କରିନିଅ ଶାହାରୁଖ’। ଯେତେବେଳେ ପାପାରାଜି ଉର୍ଫିଙ୍କୁ ପଚାରିଛନ୍ତି, ଆପଣ ବଏକଟ ପଠାନ ବିଷୟରେ କଣ କହିବାକୁ ଚାହାଁନ୍ତି? ଏହା ଉପରେ ଉର୍ଫି କହିଛନ୍ତି, ମୋତେ ବଏକଟ୍ କରନ୍ତୁ, କିନ୍ତୁ ଦୟାକରି ଆପଣମାନେ ଶାହାରୁଖ ଖାନଙ୍କୁ ଦେଖନ୍ତୁ।

Leave a Reply

Your email address will not be published. Required fields are marked *