ଶାହାରୁଖ, ଅକ୍ଷୟ ଓ ଅଜୟଙ୍କୁ ତମାଖୁ ବିଜ୍ଞାପନ ପାଇଁ ନୋଟିସ୍

ନୂଆଦିଲ୍ଲୀ: ଅଡୁଆରେ ବି ଟାଉନର ତିନି ସୁପରଷ୍ଟାର ଶାହାରୁଖ ଖାନ, ଅକ୍ଷୟ କୁମାର ଏବଂ ଅଜୟ ଦେବଗନ । କେତେକ ତମାଖୁ କମ୍ପାନୀ ଲାଗି ପ୍ରଚାର କରିଥିବା ଅଭିଯୋଗରେ ତିନି ଜଣଙ୍କୁ ନୋଟିସ୍ । ନୋଟିସ ଜାରି କଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ ବା ସିସିପିଏ । ଏନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ମୌ ବେଞ୍ଚକୁ ଏକ ପିଟିସନ ଜରିଆରେ ସୂଚନା ଦେଇଛନ୍ତି ଡେପୁଟି ସଲିସିଟର ଜେନେରାଲ ଏସବି ପାଣ୍ଡେ ।ସ୍ବାସ୍ଥ୍ୟ ପକ୍ଷେ ହାନିକାରକ କେତେକ ସାମଗ୍ରୀର ପ୍ରଚାର କରିବା ଉଦ୍ଦେଶ୍ୟରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତାଙ୍କ ପଦକ୍ଷେପକୁ ନେଇ ଏକ ପିଟିସନ ଦାୟର କରିଥିଲେ ଆଡଭୋକେଟ ମୋତିଲା ଯାଦବ । ଅଭିଯୋଗ କ୍ରମେ ଗତ ଅଗଷ୍ଟରେ କ୍ୟାବିନେଟ ସଚିବ, ଚିଫ କମିଶନର ଓ ସିସିପିଏଙ୍କୁ ନୋଟିସ ଜାରି କରିଥିଲେ କୋର୍ଟ । ନୋଟିସ ଅନୁସାରେ ଶାହାରୁଖ ଖାନ, ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ବିରୋଧରେ ଗତ ଅକ୍ଟୋବର ୨୦ରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନିକଟରେ କହିଛନ୍ତି ଡେପୁଟି ସଲିସିଟର ଜେନେରାଲ ।

ଏହାସହ ଏକ ତମାଖୁ କମ୍ପାନୀ ବିରୋଧରେ ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ଆଇନଗତ ନୋଟିସ ପଠାଇଛନ୍ତି ବୋଲି ସେ କହିଛନ୍ତି । କଣ୍ଟ୍ରାକ୍ଟ ସରିଯାଇଥିଲେ ମଧ୍ୟ କମ୍ପାନୀ ଏକ ବିଜ୍ଞାପନ ପ୍ରସାରିତ କରିଥିବା ଅଭିଯୋଗରେ ଅମିତାଭ ଏହି ନୋଟିସ ପଠାଇଛନ୍ତି । ଆସନ୍ତା ବର୍ଷ ମେ’ ୯ରେ ମାମଲାର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି କୋର୍ଟ

Leave a Reply

Your email address will not be published. Required fields are marked *