ଶିକୁଳିରେ ବନ୍ଧା ଏଜୀବନ ।

ଫୋକସ ପ୍ଲସ 4/12/2022( ଆଠମଲ୍ଲିକ ): ସବୁ ଠିକ୍ ଠାକ୍ ଥିଲା ଜୀବନ ଶୈଳୀ। ମା ବାପ ଛେଉଣ୍ଡ ପୁଅ ପରିବାରରେ ଥିବା ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ଯୋଗାଇବା ପାଇଁ ପେଟ୍ରୋଲ ପମ୍ପରେ କାର୍ଯ୍ୟ କରୁ ଥିଲେ ପ୍ରଶାନ୍ତ। ମାତ୍ର ୧୮ ବର୍ଷ ବୟସର ଯୁବକ ମୁଣ୍ଡରେ ପରିବାରର ବୋଝ। ବୟସ ଗଡି ଯାଉଥିଲେ ବି ଟଙ୍କା ଅଭାବରୁ ଭଉଣୀ ମାନଙ୍କୁ ବିବାହ କରେଇ ପାରିନି ପ୍ରଶାନ୍ତ। ଠିକ୍ ଏତିକି ବେଳେ ଆସିଛି ତାର ମାନସିକ ବିକୃତି। ଫଳରେ ଘରେ ଶିକୁଳି ରେ ବନ୍ଧା ହୋଇ ପଡ଼ି ରହିଛି ସେ। ଆର୍ଥିକ ଅନାଟନ ଯୋଗୁଁ ପରିବାରଲୋକେ ବିଭିନ୍ନ ଗୁଣି ଗାରେଡ଼ି ର ଆଶ୍ରୟ ନେଇ ଧାର କରଜ କରି ଅନେକ ଅର୍ଥ ଶ୍ରାଦ୍ଧ କଲେଣି ତଥାପି ଶିକୁଳି ରେ ବନ୍ଧା ରହି ଭଲ ହୋଇ ଯିବାର ସ୍ବପ୍ନ ଦେଖୁଛନ୍ତି ପରିବାର ଲୋକେ। ଏମିତି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଗ୍ରାମ ପଞ୍ଚାୟତ ଅଧୀନ ଆଲେଖପୁର ଗ୍ରାମରେ। ମାନସିକ ବିକୃତି ରେ ଛନ୍ଦି ହୋଇ ପଡ଼ି ରହି ଥିବା ପ୍ରଶାନ୍ତର ଆଶୁ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାନସିକ ରୋଗର କର୍ମ କର୍ତ୍ତା ମାନେ ସହଯୋଗର ହାତ ବଢାଇଲେ ପ୍ରଶାନ୍ତ ଆରୋଗ୍ୟ ହୋଇ ପାରନ୍ତା ବୋଲି ଅଲେଖ ପୁର ଗ୍ରାମବାସୀ ମାନେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *