ଶିକ୍ଷକଙ୍କ ମାଡ଼ରେ ଗୁରୁତର ୪ ଛାତ୍ରୀ, ଶିକ୍ଷକ ନିଲମ୍ବିତ

ଫୋକସ ପ୍ଲସ (ବାସୁଦେବପୁର)୨୪/୦୭/୨୦୨୨: ବାସୁଦେବପୁର ବ୍ଲକ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ଵିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ଚାରି ଜଣ ଛାତ୍ରୀ ଗୁରୁତର । ଫଳରେ ମାଡ଼ ମାରିଥିବା ଶିକ୍ଷକଙ୍କୁ ଅଟକ ରଖିଲେ ଅଭିଭାବକ । ଘଟଣା ସ୍ଥଳରେ ଉତେଜନା। ଖବର ପାଇ କସିଆ ମେରାଇନ ପୋଲିସ ପହଂଚି ଲୋକଙ୍କୁ ବୁଝାସୁଝା କରୁଛି । ଆଜି ବିଦ୍ୟାଳୟରେ ଚାଲିଥିବା ଜ୍ୟାମିତି କ୍ଲାସରେ ଶିକ୍ଷକ କଳ୍ପତରୁ ମଲ୍ଲିକ ଛାତ୍ରଛାତ୍ରୀ ଙ୍କୁ ଆଖିବୁଜା ମାଡ଼ ମାରିଥିଲେ । ଫଳରେ 14ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ 4ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେଇଥିଲା । ସେମାନଙ୍କୁ ଚିକିତ୍ସା ପାଇଁ ବାସୁଦେବପୁର ମେଡିକାଲରେ ଭର୍ତି କରିଥିଲେ । ଖବର ପାଇ ଅଭିଭାବକ ମାନେ ବିଦ୍ୟାଳୟରେ ହୋହାଲା କରିବା ସହିତ ଶିକ୍ଷକଙ୍କୁ ଅଟକ ରଖିଥିଲେ। କସିଆ ମେରାଇନ ପୋଲିସ ପହଂଚି ଶିକ୍ଷକଙ୍କୁ ଉଦ୍ଧାର କରିବା ସହିତ ଶିକ୍ଷକଙ୍କୁ ଥାନାକୁ ନେଇ ପୋଲିସ ଘଟଣାର ତଦନ୍ତ କରୁଛି । ଅବିଭାବକ କହିବା ଅନୁଯାୟୀ ଏଭଳି କୌଣସି ସ୍କୁଲ ରେ ମାଡ଼ ମରାଯାଏ ନାହିଁ ! ଯଦି କୌଣସି କିଛି ଜାଣିବାରେ ଅସୁବିଧା ଥିଲା ତାହେଲେ ଅବିଭାବଙ୍କୁ ଜଣାଇପାରିଥାନ୍ତେ! କସିଆ ଥାନାରେ ମଧ୍ୟ ଲିଖିତ ଅଭିଯୋଗ ହୋଇଥିବାଜଣାପଡିଛି ! ଜିଲ୍ଲା ଶିକ୍ଷା ଅଧିକାରୀ ନିଲମ୍ବନ କରିଥିବା ଜଣାପଡ଼ିଛି |

ବାସୁଦେବପୁର ରୁ ପ୍ରମୋଦ ରାଉତଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *