ସିନାପାଲି: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସଦର ମହକୁମା ଠାରୁ ୧୫ କିଲୋମିଟର ଦୁରତାରେ ମହେଶ୍ୱର ଗ୍ରାମ। ଗ୍ରାମ ରେ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ଶ୍ରେଣୀର ଲୋକେ ବସବାସ କରନ୍ତି। ବନପାହାଡ ଘେରା ଗ୍ରାମ। ଏହି ଗ୍ରାମରେ ୧୯୭୧ ମସିହାରେ ସ୍ଥାପିତ ହୁଏ ଏକ ପ୍ରାଥମିକ ବିଦ୍ୟାଳୟ। ଶିକ୍ଷାର ବିକାଶ ସହିତ ସମସ୍ତ ଙ୍କୁ ମୌଳିକ ଶିକ୍ଷା ପ୍ରଦାନ ସକାଶେ ୨୦୦୫ ମସିହା ଉନ୍ନିତ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନ୍ୟତା ପ୍ରଦାନ କଲେ ସରକାର। ବର୍ତ୍ତମାନ ଏହି ବିଦ୍ୟାଳୟରେ ୧୨୦ ଜଣ ଛାତ୍ରଛାତ୍ରୀ ଙ୍କୁ ୫ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ତେବେ ୪ ଜଣ ଶିକ୍ଷକ ନିୟମିତ ସ୍କୁଲ କୁ ଆସୁଥିବା ବେଳେ ଅମିତ ଯୋଷୀ ନାମକ ଶିକ୍ଷକ ଅନିୟମିତତା କରୁଥିବା ବିଦ୍ୟାଳୟର ସପ୍ତମ ଓ ଅଷ୍ଟମ ଶ୍ରେଣୀ ରେ ପଢ଼ୁଥିବା ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରନ୍ତି ଯେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଙ୍କୁ ନଜଣାଇ ବିନା ଛୁଟିରେ ସପ୍ତାହ ସପ୍ତାହ ଧରି ବିଦ୍ୟାଳୟ କୁ ଆସନ୍ତି ନାହିଁ। ଯେବେ ଆସନ୍ତି ଗୋଟିଏ ଦୁଇଟି ପେରିୟଡ ପଢାଇ ଦିନ ୧ଟା ପରେ ସ୍କୁଲ ଛାଡ଼ି ଘରକୁ ଚାଲି ଯାଆନ୍ତି। ସେ ହେଉଛନ୍ତି ଆମ ବିଦ୍ୟାଳୟର ଗଣିତ, ବିଜ୍ଞାନ, ଓ ଇଂରାଜୀ ଶିକ୍ଷକ। ତାଙ୍କ ଅନୁପସ୍ଥିତି ଯୋଗୁଁ ଆମେ ଗଣିତ, ଵିଜ୍ଞାନ, ଓ ଇଂରାଜୀ ଭଳି ବିଷୟରେ ଶିକ୍ଷା ଅଧୁରା ହୋଇ ପଡିଛି ବୋଲି ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି। ଛାତ୍ର ଛାତ୍ରୀ ମାନେ କହିବା ଅନୁସାରେ ଶିକ୍ଷକ ଦିନେ ଛାଡି ଦିନେ ସ୍କୁଲ କୁ ଆସନ୍ତି। ଏପଟେ ଶିକ୍ଷକ ଉପସ୍ଥାନ ଖାତା କହୁଛି ନିୟମିତ ଉପସ୍ଥିତି।ସରକାରଙ୍କ ଯୋଜନା ସଭିଏଁ ପଢ଼ନ୍ତୁ ସଭିଏଁ ବଢନ୍ତୁ ଏଠାରେ ଫେଳ ମାରିଛି। ମାସ ପୁରିଲେ ମାସକ ଦରମା ଗଣୁଛନ୍ତି ସରକାର। କିନ୍ତୁ ଶିକ୍ଷକ ଉପସ୍ଥାନ ଅଧା। ଏ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ତଦନ୍ତ କରାଯିବ ଏବଂ ଘଟଣା ସତ୍ୟ ହେଲେ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଏଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ତଦନ୍ତ କରି କାଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ସିନାପାଲି ରୁ ପତ୍ରବନ୍ଧୁ ବାଗ।