ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କୁ ଚାବି ପକାଇଲେ ଗ୍ରାମ ବାସୀ

ଫୋକସ ପ୍ଲସ(ସତ୍ୟବାଦୀ) ୧୩/୦୯/୨୦୨୨: ସ୍କୁଲ୍ ଭିତରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ଙ୍କୁ ଚାବି ପକାଇଲେ ଗ୍ରାମ ବାସୀ ଏଭଳି ଘଟଣା ଆସିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ବିଦ୍ୟାଧପୁର ପଞ୍ଚାୟତ ବିଦ୍ୟାଧପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୁ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ ଏବଂ ସ୍କୁଲ୍ ଚେୟାର ମ୍ୟାନ ଗ୍ରାମ ବାସୀ ସ୍କୁଲ୍ ଆଗରେ କରିଛନ୍ତି ବିକ୍ଷୋପ ଏବଂ ଦାବୀ ପୂରଣ ନହେଲେ ଆନ୍ଦୋଳନ ରୁ ହଟିବେନି ବୋଲି ଦେଇଛନ୍ତି ଚେତାବନୀ |ଦାବୀ ହେଉଛି ସ୍କୁଲ୍ ରେ କ୍ଲାସ୍ ରହିଛି ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ କିନ୍ତୁ ବିଜ୍ଞାନ ଶିକ୍ଷକ କେହି ନାହାନ୍ତି ଜଣେ ଥିଲେ ଆନନ୍ଦ ନନ୍ଦ ସାମନ୍ତ ରାୟ ସେ ଦେପୁଟେଶନ ରେ ବଳରାମ ପୁର ଗଡ଼ ପଠେଇଦିଆ ଯାଇଛି ଯାହାଫଳରେ ପିଲାମାନଙ୍କ ଭବିଷ୍ୟତ ଅନ୍ଦକାର ମୟ ହେଉଛି ବୋଲି ଅଭିବାବକ ମାନେ ଅଭିଯୋଗ ଆଣିଛନ୍ତି ତେବେ ଏ ସମ୍ପର୍କରେ ବୋ ସତ୍ୟବାଦୀ ଏବଂ ବୋ ପୁରୀ ଙ୍କୁ ଜଣେଇବା ପରେ ବି ମଧ୍ୟ କିଛି ସୁଫଳ ମିଳିଲା ନାହିଁ ତାପରେ ପ୍ରଧାନ ଶିକ୍ଷକ ପ୍ରଭାକର ନାୟକ ଙ୍କୁ ପଚାରିବାରୁ ସେ କହୁଛନ୍ତି ଏ ବିଷୟ ରେ ସେ କିଛି ଜାଣିନାହାନ୍ତି ଯାହା ପଚାରିବା କଥା ଉପରସ୍ତ କର୍ମଚାରୀ ଙ୍କୁ ପଚାରନ୍ତୁ ବୋଲି କହୁଛନ୍ତି |ତେବେ ବାଧ୍ୟ ହୋଇ ଆଦୋଳନ କରୁଚୁ ବୋଲି କହିଛନ୍ତି ଯେ ପର୍ଯ୍ୟନ୍ତ ଆମ ଦାବୀ ପୂରଣ ନ ହେବ ଏବଂ ବିଦ୍ୟାଳୟ କୁ ବିଜ୍ଞାନ ଶିକ୍ଷକ ନ ଆସିବେ ଏ ଆଦୋଳନ ବନ୍ଦ୍ ହେବନି ବୋଲି ଚେତା ବନି ଦେଇଛନ୍ତି ଗ୍ରାମ ବାସୀ |

Leave a Reply

Your email address will not be published. Required fields are marked *