ଶିକ୍ଷକ ନିଯୁକ୍ତି ଦାବିରେ 5T ରେ ତାଲା

ଫୋକସ ପ୍ଲସ ୧୭/୦୬/୨୨(ବୌଦ୍ଧ): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଗୁଡା ସ୍କୁଲ ରେ ଆବଶ୍ୟକ ରୁ କମ ଶିକ୍ଷକ ଥିବାରୁ ଗ୍ରାମବାସୀ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ରେ ତାଲା ପକାଇଛନ୍ତି।ବେହେରାଗୁଡା ସରକାରୀ ଉଛ ପ୍ରାଥମିକ ବିଦ୍ୟାଳୟ ରେ ୪୨୧ ଜଣ ଛାତ୍ରଛାତ୍ରୀ ଥିବାବେଳେ ସ୍କୁଲ ରେ ପିଇଟି ସାଙ୍ଗକୁ ୭ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି।ରାଜ୍ୟ ସରକାର 5T ର ରୂପାନ୍ତରିତ କରି ଉଚ୍ଚ ମାନର ଶିକ୍ଷାର ବିକାଶ କରୁଥିବା ବେଳେ ଏଠି ଏହାର ବ୍ୟତିକ୍ରମ ଦେଖା ଦେଇଛି । ୪୨୧ ଜଣ ଛାତ୍ରଛାତ୍ରୀ କୁ କିପରି ଶିକ୍ଷାଦାନ ଦେଇପାରିବେ ତାହା ଏଠି ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏଠି ଶିକ୍ଷା ନା ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ କୁ ନଷ୍ଟ କରାଯାଉନି ତ ।ଗ୍ରାମବାସୀ ବହୁଥର ଉଚ୍ଚ ଶିକ୍ଷା ଅଧିକାରୀ ମାନଙ୍କୁ ଜଣାଇଥିଲେ ବି ଶିକ୍ଷକ ପଦବୀ ପୂରଣ ନ ହେବାରୁ ଗ୍ରାମବାସୀ ବାଧ୍ୟ ହୋଇ ସ୍କୁଲ ରେ ତାଲା ମାରି ପ୍ରତିବାଦ ଜଣାଇଛନ୍ତି।ଯେତେଦିନ ପର୍ଯ୍ୟନ୍ତ ସ୍କୁଲ ରେ ସର୍ବନିମ୍ନ ଆଉ 5T ଶିକ୍ଷକ ନ ଦେବା ପର୍ଯ୍ୟନ୍ତ ତାଲା ମାରି ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ତ୍ରିଲୋକ୍ୟ ବେଶ୍ରା ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *