ଶିକ୍ଷାବ୍ୟବସ୍ଥା ର କରୁଣ ଚିତ୍ର

ଫୋକସ ପ୍ଲସ(ଖଜୁରୀପଡ଼ା)୨୫/୦୮/୨୦୨୨: ଏ ହେଉଛି କନ୍ଧମାଳ ଜିଲ୍ଲା ଖଜୁରୀପଡା ଗୋଷ୍ଠୀଶିକ୍ଷା ଅଧିନସ୍ଥ ଦୁତିମେଣ୍ଡି ଗ୍ରାମପଞ୍ଚାୟତ ଝାଡବଲସକୁମ୍ପା ସରକାରୀ ପ୍ରାଥମିକ ବିଦ୍ୟାଳୟର କରୁଣ ସ୍ଥିତି। ୧୯୭୨ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଥିବା ବେଳେ ୨୬ ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ଜଣାପଡିଛି।
ମାତ୍ର ଦୁଇ ବଖରା କୋଠାଘରେ ପ୍ରଥମ ରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପାଠପଢୁଥିବା ବେଳେ କିଭଳି ଢଙ୍ଗରେ ପିଲାମାନଙ୍କୁ ଶିକ୍ଷା ଦାନ କରାଯାଉଥିବ ତାହା ସହଜରେ ବୁଝାପଡ଼ୁଛି। ଦୁଇ ବଖରା କୋଠାଘର ସମ୍ପୂର୍ଣ୍ଣ ବିପଦସଂକୁଳ ରହିଥିବା ବେଳେ ବର୍ଷା ହେଲେ କୋଠରୀ ଭିତରେ ପାଣି ଜମା ହେଉଥିବା ଦେଖିବାକୁ ମିଳିଛି।
ସେହିଭଳି ଘରର ଛାତରୁ ସିମେଣ୍ଟ ଖସୁଥିବା ବେଳେ ବାରଣ୍ଡାର ଛାତ ମଧ୍ଯ ଭଙ୍ଗାରୁଜା ହୋଇ ବିପଦପୂର୍ଣ୍ଣ ରହିଛି।ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପିଲାମାନଙ୍କ ଉତ୍ତମ ଶିକ୍ଷା ଦାନ କଥା କହୁଥିବା ବେଳେ ଏଠି କିନ୍ତୁ ତାର ବିପରୀତ ଚିତ୍ର ଦେଖିବାକୁ ମିଳିଛି।ଛାତରୁ ସିମେଣ୍ଟ ଖସୁଥିବା ବେଳେ ଲୁହାଛଡ଼ ସବୁ ଜଳଜଳ ଦେଖାଯାଉଥିବା ବେଳେ ଅତି ଦୟନୀୟ ପରିସ୍ଥିତି ରେ ଚାଲିଛି ପିଲାଙ୍କ ଶିକ୍ଷା ଦାନ। ଏନେଇ ଅଭିଭାବକ ବାରମ୍ବାର ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ଅବଗତ କରୁଥିବା ବେଳେ ପ୍ରଧାନ ଶିକ୍ଷକ ମଧ୍ଯ ଗୋଷ୍ଠୀଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଥିବା କହିଛନ୍ତି।ଏଭଳି ଅଭିଯୋଗ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧ୍ଯ ତଦନ୍ତ କରିଛନ୍ତି, କିନ୍ତୁ କୌଣସି କାର୍ଯ୍ୟ ଏଯାଏଁ ହୋଇ ପାରିନାହିଁ।

ଖଜୁରୀପଡ଼ା ରୁ ସତ୍ୟପ୍ରିୟ ମହାପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *