ଫୋକସ ପ୍ଲସ(ଉମରକୋଟ)୧୬/୦୮/୨୦୨୨: ପ୍ରଶାସନ ଶୁଣୁନି ଖେଳୁଛି ଶିକ୍ଷିତ ଯୁବକ ଯୁବତୀଙ୍କ ଭବିଷ୍ୟତ ଉପରେ |ବିଗତ ଦୁଇ ବର୍ଷ ହେବ ଉମରକୋଟ ରେ ଥିବା କର୍ମ ନିୟୋଜନ କାର୍ଯ୍ୟାଳୟ ବନ୍ଦ ହୋଇ ନବରଙ୍ଗପୁର କୁ ସ୍ଥାନାନ୍ତର ହୋଇଛି!ନାମ ପଞ୍ଜିକରଣ ପାଇଁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ ଦୌଡୁଛନ୍ତି ଚାରିଗୋଟି ବ୍ଲକ ର ଯୁବକ ଯୁବତୀ | ତେବେ ମୁଖ୍ୟ କାର୍ଯ୍ୟାଳୟ କୁ ଏବବାଦ ରେ ବୁଝିବାରୁ ସେ କହିଛନ୍ତି ସେଠାକାର କାର୍ଯ୍ୟାଳୟ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି ସେଠାରେ କାର୍ଯ୍ୟାଳୟ ପାଇଁ ଘର ଦରକାର ଯାହା କି ଉମରକୋଟ ପ୍ରଶାସନ କୁ ବାରମ୍ବାର ଜଣାଇବା ପରେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ଆସିଛି | ତେବେ ଏନେଇ ଉମରକୋଟ ତହସିଲଦାର ଜଗଜୀବନ ଚୌଧୁରୀ ଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଖ୍ୟ କର୍ମ ନିୟୋଜନ କାର୍ଯ୍ୟାଳୟ ରୁ କାର୍ଯ୍ୟାଳୟଗୃହ ନିମନ୍ତେ ଘର ଆବଶ୍ୟକ ରହିଥିବା ନେଇ ସୂଚନା ଦେଇଛନ୍ତି କିନ୍ତୁ ସରକାରୀ ଘର ଖାଲି ନଥିବାରୁ ଶାଖା କାର୍ଯ୍ୟାଳୟ ଖୋଲିହେଉନାହିଁ |କର୍ମ ନିୟୋଜନ କାର୍ଯ୍ୟାଳୟ ନଥିବା ଦ୍ୱାରା ଉମରକୋଟ ରାଇଘର ଝରୀଗାଁ ଚନ୍ଦାହାଣ୍ଡି ଚାରି ଖଣ୍ଡ ବ୍ଲକ ର ହଜାର ହଜାର ଯୁବକ ଯୁବତୀ ନିଜର ନାମ ପଞ୍ଜିକରଣ ପାଇଁ ଜିଲ୍ଲା ମୁଖ୍ୟ କର୍ମ ନିୟୋଜନ କାର୍ଯ୍ୟାଳୟ କୁ ଦୌଡିବା କୁ ପଡିଥାଏ ଓ ରାଇଘର ଚନ୍ଦାହାଣ୍ଡି ଭଳି ଦୂର ରେ ରହିଥିବା ଯୁବକ ଯୁବତୀ ଓ ଗରିବ ଯୁବକ ଯୁବତୀ ଙ୍କୁ ମୁଖ୍ୟ କାର୍ଯ୍ୟାଳୟ ଦୂର ହେଉଥିବାରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ | ତେବେ ଏ ନେଇ ଆଜି ଉମରକୋଟ ର ଯୁବନାଗରିକ ମଞ୍ଚ ତରଫରୁ ତହସିଲଦାର ଙ୍କ ଜରିଆରେ ଜିଲ୍ଲପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ଏବଂ ପନ୍ଦର ଦିନ ସମୟ ଭିତରେ କାର୍ଯ୍ୟାଳୟ ର ବ୍ୟବସ୍ଥା ନହେଲେ ଯୁବନାଗରିକ ମଞ୍ଚ ଙ୍କ ସହ ହଜାର ହଜାର ଯୁବକ ଯୁବତୀ ଙ୍କ ସହ ରାଜରାସ୍ତାରେ ଓଲ୍ହାଇବାକୁ ଦାବିପତ୍ର ରେ ଚେତାବନୀ ଦିଆଯାଇଛି | ଏହି ସମସ୍ୟା କୁ ବାରମ୍ବାର ଉପସ୍ଥାପନା କରାଯାଇଛି ଏବଂ ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶ ପାଇଥିଲା କିନ୍ତୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇନାହିଁ ତେଣୁ ଆଜି ଯୁବନାଗରିକ ଶକ୍ଷିତ ଯୁବକ ଯୁବତୀ ଙ୍କ ସ୍ୱାର୍ଥ ନିମନ୍ତେ ପ୍ରଶାସନ ର ଦ୍ୱାରସ୍ତ ହୋଇଛି ବୋଲି କହିଛନ୍ତି | ଯୁବ ନାଗରିକ ମଞ୍ଚ ତରଫରୁ ମୁନା ପାଢ଼ୀ, ଶଙ୍କର ତୁରୁକ,ସତ୍ୟନାରାୟଣ ରାଉତ, ଲଳିତ ସେଠି, ସୁଦେବ ନନ୍ଦୀ, କୁନା ନାୟକ ଓ ଯୁବ ନାଗରିକ ମଞ୍ଚ ର ସଦସ୍ୟ ଉପସ୍ଥିତ ରହିଥିଲେ |