ଶିକ୍ଷୟତ୍ରୀଙ୍କ ଗଣ୍ଡଗୋଳ ପାଇଁ ବିଦ୍ୟାଳୟରେ ତାଲା |

ଫୋକସ ପ୍ଲସ 13/01/23(ରାୟଗଡ଼ା):ବିଦ୍ୟାର ମନ୍ଦିରରେ ତାଲା ନିଘୋଡ଼ ନିଦରେ ପ୍ରଶାସନ।ବାଡ ଯଦି ଖେତ ଖାଇବ କହିବା କାହାକୁ।ଦୁଇ ଶିକ୍ଷୟତ୍ରୀଙ୍କ ଗଣ୍ଡଗୋଳ ପାଇଁ ବିଦ୍ୟାଳୟରେ ତାଲା ମାରିଛନ୍ତି ଗ୍ରାମବାସୀ ।ଘଟଣା ଟି ଘଟିଛି ହାଟଡିହି ବ୍ଲକର ଘୋଷରାପଦା ବିଦ୍ୟାଳୟରେ ।ଦୁଇ ଜଣ ଶିକ୍ଷୟତ୍ରୀଙ୍କ କଳି ଏବେ ଦାଣ୍ଡରେ ପଡ଼ି ଘାଟରେ ଗଡିବା ପରେ ବିଦ୍ୟାଳୟରେ ପଡ଼ିଲା ତାଲା। ଯାହାକୁ ନେଇ ଛଅ ମାସ ହେଲା ଦୁଇ ଦିଦିଙ୍କ ମଧ୍ୟରେ ତୁତୁ ମେମେ ଚାଲି ଥିବା ବେଳେ ପାଠ ନପଢ଼ାଇ ଝଗଡ଼ା ଚାଲେ। ଯାହାକୁ ଦେଖି ଗ୍ରାବାସୀମାନେ ବୁଝା ସୁଝା କରିବା ପରେ କଥା ସମାଧାନ ନହେବା ପରେ ଏବେ ଉଭୟଙ୍କ ବଦଳି ପାଇଁ ତାଲା ମାରିଛନ୍ତି ଗ୍ରାମବାସୀ। ଏଭଳି ସ୍ଥିତିରେ ବିଦ୍ୟାଳୟରେ ପାଞ୍ଚ ବର୍ଷ ଧରି ବାଡ ମରାମତି କରୁ ନଥିବା ବେଳେ ଶୌଚାଳୟରେ ଇଟା ରଖା ଯାଉଛି। ବିଦ୍ୟାଳୟ ମରାମତି ପାଇଁ ଆସୁଥିବା ଅର୍ଥ କୁଆଡେ ଗଲା ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ ଉଠାଇଛନ୍ତି। ଏହାର ସଠିକ୍ ତଥ୍ୟ ପାଇଁ ଆରଟିଆଇ ଜରି ଆରେ ତଥ୍ୟ ମାଗିଲେ ସୁଦ୍ଧା ମିଳୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।ଆଜି ଏବିଓ ସୁରେଶ କୁମାର ଜେନା ବିଦ୍ୟାଳୟ କମିଟି ନିକଟରେ ପହଞ୍ଚି ବୁଝା ସୁଝା କରିବା ପରେ ବିଦ୍ୟାଳୟ ଖୋଲିଆଯିବା ପାଇଁ ରାଜି ହୋଇଛନ୍ତି। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଶିକ୍ଷୟତ୍ରୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାୟାନୁଷ୍ଠାନ ନେବା ପାଇଁ ଗ୍ରାମବାସମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *