ଶିବ ପାର୍ବତୀ ଙ୍କ ପ୍ରତ୍ୟାବର୍ତ୍ତନ ନଗର ପରିକ୍ରମା ଓ ଶୋଭାଯାତ୍ରା ।

ଫୋକସ ପ୍ଲସ ୩/୬/୨୨(ସୁବର୍ଣ୍ଣପୁର): ସୁବର୍ଣ୍ଣପୁରରୁ ବହୁ ପ୍ରତୀକ୍ଷିତ ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଆଜି ଠାରୁ ୬ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି।ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ ସମସ୍ତ ରୀତିନୀତି ସହ ପାଳନପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ର ପ୍ରସ୍ତୁତି ସହ ବରପିତାମାତାଙ୍କ ପ୍ରତିନିଧି ଭାବରେ ବଡ଼ବଜାର ଦୁର୍ଗାମଣ୍ଡପ ସ୍ଥିତ ସନ୍ତୋଷ କୁମାର ମେହେର ଓ ଜ୍ୟୋସ୍ନାମୟୀ ମେହେର ଦାୟିତ୍ୱ ନିର୍ବାହ କରୁଥିବା ବେଳେ କନ୍ୟାପିତା ମାତା ଙ୍କପ୍ରତିନିଧି ସ୍ୱରୂପ ରେ ଭଗବତୀ ପ୍ଲଟସ୍ଥିତ କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର ଦାୟିତ୍ୱ ନିଭେଇ ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି l ଆଜି ସୁବର୍ଣ୍ଣପୁର ର କୋଷାଗାର ରୁ 108 ତୋଳା ର ସୁନା ନାଗମୂର୍ତ୍ତି ବାବା ଚନ୍ଦ୍ରଶେଖର ଙ୍କୁ ଦେବୋତ୍ତର ବିଭାଗ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ରେ ସ୍ଥାନୀୟ ଚନ୍ଦ୍ରଶେଖର ମନ୍ଦିର କୁ ଅଣା ଯାଇ ଯାତ୍ରା ର ପୂଜା ଵିଧି ଆରମ୍ଭ କରାଯାଇଛି l ଏଥିପାଇଁ ଉଭୟ କୈଳାସପୁରୀ ଓ ହିମାଦ୍ରୀନଗରୀ ସମେତ ସାରା ସହର ଚଳ ଚଞ୍ଚଳ ହୋଇ ଉଠିଛି l ଏଥିପାଇଁ ଆଜି ୨ତାରିଖ ଗୁରୁବାର ଦିନ ଦେବନିମନ୍ତ୍ରଣ,କରେଇବସା, ମାଟିପକା ଓ ୩ତାରିଖରେ ଅଳଙ୍କାର ଧାରଣ ୪ତାରିଖରେ ବରାନୁଗମନ ଓ ରାତ୍ର ୧.୧୦ ରୁ ରାତ୍ର୨.୧୦ମଧ୍ୟରେ ଶିବପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଦିନ 5 ତାରିଖ ରାତିରେ ରେ ଶିବ ପାର୍ବତୀ ଓ ଅଷ୍ଠ ଶମ୍ଭୁ ଅଷ୍ଠ ବିଷ୍ଣୁ ଙ୍କ ନଗର ପରିକ୍ରମା ଓ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ l ଏବଂ ଚଳିତ ବର୍ଷ ଯାତ୍ରା କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଯାତ୍ରା ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ, ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି। ଏହି ଯାତ୍ରା ର ବିଶେଷ ଆକର୍ଷଣ 108 ତୋଳା ର ସୁନା ନାଗ ମୂର୍ତ୍ତି ଓ ଶିବ ପାର୍ବତୀ ଙ୍କ ସହିତ ସହର ର ସମସ୍ତ ଦେବା ଦେବୀ ଙ୍କୁ ଏକାଠି ଦର୍ଶନ କରିବାର ଅପୂର୍ବ ସୁଯୋଗ l ଯାହାକି ବର୍ଷ କୁ ଥରେ ଏହି ସୁଯୋଗ ସାଧାରଣ ଜନତା ପାଇଥାନ୍ତି l ଏବର୍ଷ ପ୍ରଥମ ଥର ପାଇଁ ସ୍ଥାନୀୟ ଭଗବତୀ ପାଠାଗାର ର ଯୁବ ସଂଗଠନ ଓ କନ୍ୟା ପିତା ପରିବାର ଙ୍କ ସମସ୍ତ ସହଯୋଗ ରେ ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ଆସନ୍ତା କାଲି 3 ତାରିଖ ଠାରୁ ଯାତ୍ରା ଶେଷ ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି l ଏବଂ ଏଥିପାଇଁ ଭଗବତୀ କଲ୍ୟାଣ ମଣ୍ଡପ ଠାରେ ସମସ୍ତ ପ୍ରସ୍ତୁତି ସରିଛି l

Leave a Reply

Your email address will not be published. Required fields are marked *