ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ଆସିଲା ସ୍ୱତନ୍ତ୍ର ଗାଡି……

ମୟୁରଭଞ୍ଜ29/12/2023; ଶିମିଳିପାଳ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର 14 ଟି ବୋଲେର କ୍ୟାମ୍ପର ଗାଡ଼ି ଆଜି ଲୋକାର୍ପିତ ହୋଇଛି, ଏହି ଗାଡି ସବୁ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ନିର୍ମିତ ହୋଇଛି, ଏହା ଓଡ଼ିଶା ଖଣି ନିଗମ ଏବଂ ଓଡ଼ିଶା ବନ ବିଭାଗ ଦ୍ବାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି, ଅତ୍ୟାଧୁନିକ ରିମୋଟ୍ କଣ୍ଟ୍ରୋଲ ଦ୍ୱାରା ଏହାର ଉପରେ ଥିବା ସମସ୍ତ ଲାଇଟ୍ ଚତୁର୍ଦିଗ କୁ ଅନୁଧ୍ୟାନ କରିବା ପାଇଁ ବେଶ୍ ସହାୟକ ହେବ |ଏହି ଗାଡ଼ି ସବୁ ଅଲିଭ୍ ଗ୍ରୀନ୍ ରଙ୍ଗର ହୋଇଥିବାରୁ ଶିକାରୀ ମାନଙ୍କ ନଜର ରୁ ଏହା ଲୁଚିକି ରହି ପାରିବ, ବିଶେଷ କରି ବର୍ଷା ଋତୁରେ ଅଭୟାରଣ୍ୟ ଭିତରେ ଏହା ଶିକାରୀ ମାନଙ୍କୁ ଚକମା ଦେଖାଇବା ସହିତ ସେମାନଙ୍କୁ ଧରିବା ପାଇଁ ବେଶ୍ ସହାୟକ ହୋଇପାରିବ ବୋଲି ଶିମିଳିପାଳ ଉତ୍ତର ବନ୍ୟପ୍ରାଣୀ ଉପ ନିର୍ଦ୍ଦେଶକ ସାଇ କିରଣ ଡି.ଏନ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *