ଫୋକସ ପ୍ଲସ(ଚଣ୍ଡିଖୋଲ)୦୭/୦୯/୨୦୨୨: ଭାସ୍କର୍ଯ୍ୟ ଶିଳ୍ପ ପଥର ଖୋଦେଇ ନିଖୁଣ କାରିଗରୀ ପାଇଁ ବେଶ ପ୍ରଶଂସା ଶାଉଣ୍ଟୁଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ପଲେଇ ଗ୍ରାମର ସୁଶାନ୍ତ କୁମାର ଦାସ,ସୁଶାନ୍ତଙ୍କ ସହ ଆମ ରାଜ୍ୟର ଅନ୍ୟ ଦୁଇ ଜଣଙ୍କୁ ମିଳିବ ସମ୍ମାନ ସୁଶାନ୍ତଙ୍କ ହାତରେ ରହିଛି ଯାଦୁ,ନିଜର ନିଖୁଣ କାରିଗରୀ ସହ ନିଷ୍ଟା ପର ଭାବେ କରି ଚାଲିଛନ୍ତି ସଂଘର୍ଷ,ପଥରରେ ଖୋଦେଇ କରି ଭଳିକି ଭଳି ମୃତ୍ତୀ ତିଆରି କରି ପଥରକୁ ଯେମିତି ଦେଇଛନ୍ତି ଜୀବନ ଦାନ। ପିଲାଟି ବେଳୁ ପ୍ରଶାନ୍ତ ମୂର୍ତ୍ତି ତିଆରି କରିବା ଶିଖିବା ସହ ଭୁବନେଶ୍ୱର ରେ ତାଲିମ ମଧ୍ୟ ନେଇଛନ୍ତି,ଦୀର୍ଘ ବର୍ଷ ହେବ ୫୩ନଂ ଜାତୀୟ ରାଜପଥ କଡ଼ ଓଳାଶୁଣି ଗୁମ୍ଫା ନିକଟରେ ଖୋଦେଇ କରିବା ସହ କିଛି ବର୍ଷ ହେବ ଅନେକ ଯୁବକଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ,ଜାତୀୟ ସ୍ତରରେ ପୁରସ୍କୃତ ପାଇଁ ନାମ ଘୋଷଣା ହେବା ପରେ ସ୍ଥାନୀୟ ଯୁବତୀଙ୍କ ସହ ଯୁବକ କଣ କହିଛନ୍ତି ଶୁଣନ୍ତୁ।
ଜାତୀୟ ସ୍ତରରେ ୨୦୧୯ ମସିହାର ଶିଳ୍ପୀ କାରିଗରୀ ପ୍ରତିଯୋଗିତା ରେ ଅନେକ ସଂଖ୍ୟାରେ ଶିଳ୍ପୀ ଅଂଶ ଗ୍ରହଣ କରିଥିଲେ ହେଲେ ଆମ ରାଜ୍ୟରୁ ତିନି ଜଣଙ୍କ ନାମ ସ୍ଥାନ ପାଇଛି,ରାଜ୍ୟର ଯାଜପୁର ଜିଲ୍ଳାରୁ ଭାସ୍କର୍ଯ୍ୟ ଶିଳ୍ପୀର ସୁଶାନ୍ତ କୁମାର ଦାସ ତାଳପତ୍ର କୃତିରେ ଦୁଇ ମହିଳା ବିଜୟଲକ୍ଷ୍ମୀ ସ୍ୱାଇଁ ଓ ସ୍ଵପ୍ନାମଞ୍ଜରି ରେନାୟକଙ୍କ ନାମ ସ୍ଥାନ ପାଇଛି,ଯାହା କେନ୍ଦ୍ର ହସ୍ତଶିଳ୍ପୀ ମନ୍ତ୍ରଣାଳୟ ପକ୍ଷରୁ ଶିଳ୍ପୀଗୁରୁ ଓ ଜାତୀୟ ପୁରସ୍କାର ଘୋଷଣା କରାଯାଇଛି। ସୁଶାନ୍ତ କହିବା କଥା ଉକ୍ତ ପ୍ରଶଂସା ପାଇଁ ସେ ପ୍ରସୂତ କରିଥିବା ଶ୍ରୀ ରାଧାକୃଷ୍ଣ ଝୁଲଣ ଯାତ୍ରାକୁ ନେଇ ଗୌରହରା ପଥର ଯାହା ପଞ୍ଜାବ ରୁ ଆଣିଥିବା ଖଡ଼ି ପଥରରେ ଗଢ଼ିଥିବ ଅପୂର୍ବ କଳାକୃତି ପାଇଁ ଜାତୀୟ ପୁରସ୍କାର ପାଇଁ ସୁଶାନ୍ତ ମନୋନୀତ ହୋଇଛନ୍ତି। ସୁଶାନ୍ତ ଗଢିଥିବା ମୂର୍ତ୍ତି ଦେଢଫୁଟ ଉଚ୍ଚତା ବିଶିଷ୍ଟ ହୋଇଥିବା ବେଳେ ଏହାକୁ ନିର୍ମାଣ ପାଇଁ ଦଶ ମାସ ସମୟ ଲାଗିଥିଲା ବୋଲି କହିଛନ୍ତି,ନିର୍ମାଣ ମୂର୍ତ୍ତୀ ଉପରେ ଟିକିଏ ନଜର ପକାନ୍ତୁ। ସୁଶାନ୍ତଙ୍କ ନାମ ଘୋଷଣା ପରେ ସମଗ୍ର ଜିଲ୍ଲା ତଥା ବଡ଼ଚଣା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ତା ସହିତ ସୁଶାନ୍ତ ଙ୍କ ପରିବାର ଲୋକେ ବହୁତ ଖୁସି ଅଛନ୍ତି ଏପଟେ ସୁଶାନ୍ତଙ୍କ ସହ ଅଞ୍ଚଳବାସୀ କୌଳିକ ବୃତ୍ତି ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି। ଏଭଳି କଳା ନିଖୁଣ କାରିଗରୀ ଏବଂ କୌଳିକ ବୃତ୍ତି ନିମନ୍ତେ କେବଳ ସୁଶାନ୍ତ ନୁହଁନ୍ତି,ଆମ ରାଜ୍ୟ ଆଜି ଗର୍ବି ଅନୁଭବ କରୁଛି ଏବଂ କାରିଗରଙ୍କ ସମ୍ମାନ ପାଇଁ ସରକାର ନଜର ଦିଅନ୍ତୁ ବୋଲି ଦାବି ହେଉଛି |
ଚଣ୍ଡିଖୋଲ ରୁ ନିହାର ରଞ୍ଜନ ସାମଲ ଙ୍କ ରିପୋର୍ଟ ଫୋକସ ପ୍ଲସ |