ଶିଳ୍ପ, ଗ୍ରାହକ ଏବଂ ଅଟୋ ଏକ୍ସପୋ’ ଉଦ୍‌ଘାଟନ

ବାଲେଶ୍ବର: ଓଡ଼ିଶା ସରକାରଙ୍କ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗ ସହଯୋଗରେ ‘ଉତ୍ତର ଓଡ଼ିଶା ଚାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍’ (ନୋସି) ପକ୍ଷରୁ ୪ ଦିନିଆ ‘ଶିଳ୍ପ ଓ ଗ୍ରାହକ ଏକ୍ସପୋ ଏବଂ ଅଟୋ ଏକ୍ସପୋ’ ବାଲେଶ୍ବର ସହର ଉପକଣ୍ଠ ବାମପଦା ସ୍ଥିତ ନୋସି ବିଜନେସ ପାର୍କ ଠାରେ ଉଦଘାଟିତ ହୋଇଯାଇଛି।ଉଦଘାଟନ ଉତ୍ସଭ ରେ କ୍ଷୁଦ୍ର ଓ ବୃହତ ଶିଳ୍ପ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ ବ୍ରହ୍ମ ମିଶ୍ର, ବାଲେଶ୍ବର ଚ୍ୟାମ୍ବର ଅଫ ଇଣ୍ଡଷ୍ଟ୍ରି ଏଣ୍ଡ କମର୍ସର ସଭାପତି ସଞ୍ଜୟ କୁମାର ଦାସ, ବାଲେଶ୍ବର ଜିଲ୍ଲା କ୍ଷୁଦ୍ର ଶିଳ୍ପ ସଂଘର ସଭାପତି ବିବେକ ବାଜପେୟୀ, କଟକ ସ୍ଥିତ ଓଡ଼ିଶା ଆସେମ୍ବଲି ଅଫ ସ୍କୁଲ ଏଣ୍ଡ ମିଡିୟମ ଏଣ୍ଟରପ୍ରାଇଜର ଚେୟାରମ୍ୟାନ ଗୌରୀ ଶଙ୍କର ଦାଶ ଏହି ୪ ଦିନିଆ ଉତ୍ସବ ରେ ‘ବିଧାୟକ ସ୍ଵରୂପ କୁମାର ଦାସ ଓ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ,ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ, ଉପ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ,ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବାଲେଶ୍ବରରେ କ୍ଷୁଦ୍ର ଶିଳ୍ପର ବିକାଶ କ୍ଷେତ୍ରରେ ଏହି ଶିଳ୍ପ ଭିତ୍ତିକ ମେଳା ପ୍ରୋତ୍ସାହିତ କରିବ ବୋଲି ସେମାନେ କହିଥିଲେ। ଏହି ଶିଳ୍ପ ଭିତ୍ତିକ ମେଳା ଦୀର୍ଘ ବର୍ଷ ଯୋଗୁଁ ବାଲେଶ୍ବରରେ ଆଗାମୀ ଦିନରେ ଶିଳ୍ପର ବିକାଶ ହେବା ସହିତ କ୍ଷୁଦ୍ର ଶିଳ୍ପ ଆଗେଇପାରିବ ବୋଲି ଅତିଥିମାନେ କହିଥିଲେ। ନୋସି ଅଧ୍ୟକ୍ଷ ପିକେ ଡାଭେ ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରି ସ୍ବାଗତ ଅଭିଭାଷଣ ସହ ‘ଶିଳ୍ପ ଓ ଗ୍ରାହକ ଏକ୍ସପୋ ଏବଂ ଅଟୋ ଏକ୍ସପୋ’ର ଆଭିମୁଖ୍ୟ କହିଥିଲେ।

Leave a Reply

Your email address will not be published. Required fields are marked *