ଶିଶୁର ଭ୍ରମ ସୃଷ୍ଟି କରୁଛି ଅଜବ ଫୁଲ || FocusPlus

ଫୋକସ ପ୍ଲସ 23/12/2022(ବ୍ୟୁରୋ): ଶିଶୁର ଭ୍ରମ ସୃଷ୍ଟି କରୁଛି ଏକ ଅଜବ ଫୁଲ।ଅବିକଳ ଶିଶୁ ଭଳି ଦେଖାଯାଉଥିବାରୁ ଏହି ଫୁଲ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।ଲୋକେ ଏହି ଫୁଲକୁ ନେଇ ଏବେ ଖୁବ ଚର୍ଚ୍ଚା କରୁଛନ୍ତି।ତେବେ ଦର୍ଶକ ବନ୍ଧୁ ଆପଣ ମାନେ ଆଶ୍ଚର୍ଯ୍ୟ ହେଉଥିବେ ଏମିତି କେଉଁ ଫୁଲ ଅଛି ଯେ ଶିଶୁ ପରି ଦେଖାଯାଉଛି।ଅଧିକାଂଶ ଲୋକେ ଏହି ଫୁଲର ନା ମଧ୍ୟ ଜାଣିନାହାନ୍ତି।ଦର୍ଶକବନ୍ଧୁ ଏଠାରେ ମୁଁ କହିରଖୁଛି ଏହି ଫୁଲର ନାମ ହେଉଛି ଅଙ୍ଗୁଲୋଆ ୟୁନିଫ୍ଲୋରା ଅର୍କିଡ଼।ଏହି ଫୁଲକୁ ଦେଖି ଏମିତି ଲାଗୁଛି ଯେମିତି କୌଣସି ଶିଶୁ ଫୁଲ ଭିତରେ ଶୋଇଛି।ଏହି ଫୁଲ ଦେଖିବାକୁ ମଜାଳିଆ ମଧ୍ୟ ଲାଗୁଛି।ଏହି ଫୁଲର ଦାମ ବଜାରରେ ଅଧିକ।ଅଙ୍ଗୁଳିଆ ୟୁନିଫ୍ଲୋରା ଆର୍କିଡ଼ର ଏକ ଖାସ କଥା ହେଉଛି କି ଏହି ଫୁଲ ଥରେ ଫୁଟିବା ପରେ ଆପଣ ଯେଉଁ ପଟେ ଦେଖିଲେ ମଧ୍ୟ ଲାଗିବ କି ଏହା ଭିତରେ କୌଣସି ଶିଶୁ ଶୋଇଛି ଏବଂ ଏହାର ଚାରିପଟେ କପଡା ଘେରା ହୋଇଛି।ଏହା ଦେଖିବାକୁ ଖୁବ ସୁନ୍ଦର ଲାଗେ।ଦର୍ଶକବନ୍ଧୁ ଏଠାରେ କହିରଖୁଛି ଏହି ଫୁଲ ଦକ୍ଷୀଣ ଆମେରିକା ମହାଦ୍ୱୀପର ଚିଲି ଏବଂ ପେରୁ ଦ୍ବୀପରେ ସନ୍ଧାନ ହୋଇଥିଲା।ଏହାର ସନ୍ଧାନ ହିପଲିଟୋ ରଇଜ ଲୋପେଜ ଏବଂ ଏଣ୍ଟନିଓ ପେଭୋନ ଜୀମେନେଜ କରିଥିଲେ।ଏହି ଅଜବ ଫୁଲର ସନ୍ଧାନ କରିବା ପାଇଁ ଉଭୟଙ୍କୁ ଅନେକ ବର୍ଷ ଲାଗିଥିଲା।୧୭୮୮ ମସିହାରେ ଏହି ଅଜବ ଫୁଲ ଅଙ୍ଗୁଲୋଆ ୟୁନିଫ୍ଲୋରା ଅର୍କିଡ଼ର ସନ୍ଧାନ ହୋଇଥିଲା।ଏହି ଫୁଲର ନାମ ବନସ୍ପତି ବୈଜ୍ଞାନିକ ଡ଼ନ ଫ୍ରାନ୍ସସିସ୍କୋ ଦେ ଅଙ୍ଗୁଲଙ୍କ ନାଁ ରେ ରଖାଯାଇଛି।ଏହି ଫୁଲ ମୁଖ୍ୟତଃ କଲମ୍ବିଆ ,ଇକ୍ୱୱେଡର ଏବଂ ଭେନେଜୁଏଲାରେ ମିଳିଥାଏ।ଏହାର ଲମ୍ବ ୧୮ ରୁ ୨୪ ଇଞ୍ଚ ମଧ୍ୟରେ ହୋଇଥାଏ।ଏହି ଫୁଲର ରଙ୍ଗ ଧଳା, କ୍ରିମ କଲରର ଏବଂ ହଳଦିଆ ରଙ୍ଗର ହୋଇଥାଏ।

Leave a Reply

Your email address will not be published. Required fields are marked *