ଶିଶୁ ଉଦ୍ୟାନ ରେ ଝୁଲୁଛି ତାଲା,ଖୋଲିବା ନେଇ ଆଶା ଆଶଙ୍କାରେ ଗ୍ରାମବାସୀ ଓ ଶିଶୁ |

କରଞ୍ଜିଆ13/01/24:ସରକାର ପଞ୍ଚାୟତ ଗୁଡିକରେ ଲକ୍ଷାଧିକ ଟଙ୍କାରେ ନିର୍ମାଣ କରୁଛନ୍ତି ଗ୍ରାମିଣ ଉଦ୍ୟାନ, ତେବେ କରଞ୍ଜିଆ ବ୍ଲକ କେରକେରା ପଞ୍ଚାୟତର ବଡ଼ସରେଇ ଗ୍ରାମରେ ଲଖ୍ୟାଧିକ ଟଙ୍କାରେ ନିର୍ମାଣ ହୋଇଥିବା ଗ୍ରାମିଣ ଉଦ୍ୟାନର ଅବସ୍ଥା କଣ ରହିଛି ଆସନ୍ତୁ ବାସ୍ତବ ଚିତ୍ର ଦେଖିବା ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କେରକେରା ପଞ୍ଚାୟତ ର ବଡ଼ସରେଇ ଗ୍ରାମରେ ଆଜକୁ 6ବର୍ଷ ହେବ ଲକ୍ଷାଧିକ ଟଙ୍କାରେ ନିର୍ମାଣ ହୋଇଛି ଗ୍ରାମିଣ ଉଦ୍ୟାନ, ଶିଶୁ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଖେଳ କୁଦ ପାଇଁ ଗ୍ରାମାଞ୍ଚଳ ଗୁଡିକରେ ସରକାର ଶିଶୁ ଉଦ୍ୟାନ ନିର୍ମାଣ କରୁଛନ୍ତି ରାଜ୍ୟ ସରକାର, କେରକେରା ପଞ୍ଚାୟତର ବଡ଼ସରେଇ ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏହି ଗ୍ରାମିଣ ଉଦ୍ୟାନ (ଶିଶୁ ଉଦ୍ୟାନ) ନିର୍ମାଣ ହୋଇଥିଲା 2018 ମସିହାରେ,ଗ୍ରାମିଣ ଉଦ୍ୟାନ ପ୍ରାୟ 40 ଡେସିମିଲ ଜାଗାରେ ନିର୍ମାଣ ହୋଇଛି ଲଖ୍ୟା ଧିକ ଟଙ୍କାରେ, କନ୍ତୁ ଯେଉଁ ପ୍ଲଟ ରେ ଉଦ୍ୟାନ ନିର୍ମାଣ ହୋଇଛି ନାଁ ଅଛି ଫଳକ ନାଁ ଅଛି କାର୍ଯ୍ୟ ର ଅଟକଳ ମୂଲ୍ୟ, କିଛିବି ଲେଖା ଦେଖିବାକୁ ମିଳିନଥିଲା,ରକ୍ଷଣା ବେଖଣ ଅଭାବ ଯୋଗୁଁ ଏବ ଉଦ୍ୟାନ ଭିତର ସାରା ଜଙ୍ଗଲ ମୟ ହୋଇଥିବା ଦେଖିବାକୁ ମିଳିଛି,ନିର୍ମାଣ ହେବା ଦିନରୁ ଉଦ୍ୟାନରେ ଝୁଲୁଛି ତାଲା, ପାର୍କ ର ତାଲା ଖୋଲିବା ନେଇ ଆଶା ଆଶଙ୍କାରେ ଗ୍ରାମବାସୀ କରଞ୍ଜିଆ ରୁ ସିଙ୍ଗିଡା ଯିବା ରାସ୍ତାର କେରକେରା ପଞ୍ଚାୟତ ଠାରୁ ମାତ୍ର 500 ମିଟର ଯିବାପରେ ବାମପାର୍ଶ୍ଵ କୁ ଲାଗି ରହିଛି ଏହି ଗ୍ରାମିଣ ଉଦ୍ୟାନ ଉଦ୍ୟାନକୁ ଲାଗିକି ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି, ତା ପାଖକୁ ରହିଛି ସାପ୍ତାହିକ ହାଟ , ସ୍କୁଲ ର ଖେଳ ପଡିଆ ନଥିବାରୁ ଗ୍ରାମବାସୀ ଙ୍କ ଅନୁରୋଧ କ୍ରମେ ପଂଚାୟତ ତରଫରୁ ସ୍କୁଲ କୁ ଲାଗିରହିଥିବା ଖୋଲା ଜାଗାରେ ନିର୍ମାଣ ହୋଇଛି ଏହି ଉଦ୍ୟାନ ଟି, ଶିଶୁ ମାନଙ୍କ ସହିତ ଛାତ୍ର ଛାତ୍ରୀ ଏବଂ ବୃଦ୍ଧା ମାନଙ୍କ ପାଇଁ ଖେଳ ସାମଗ୍ରୀ, ଚାଲିବା ଏବଂ ବିଶ୍ରାମ ନେବା ପାଇଁ ବସିବାର ବ୍ୟବସ୍ଥା କରାଯାଇଛି ହେଲେ ଆଜକୁ 6ବର୍ଷ ବିତିଗଲାଣି ହେଲେ ଆଜି ଯାଏ ଏହି ଉଦ୍ୟାନ ରେ ଚାବି ପଡିଛି, ରକ୍ଷଣ ବେକ୍ଷଣା ଠିକ ସେ ନହେବାରୁ ଉଦ୍ୟାନ ପରିବେଶ ପୁରା ଜଙ୍ଗଲ ହୋଇ ଉଠିଛି, ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ବିଡ଼ିଓ ଙ୍କୁ ବାରମ୍ବାର ଜଣାଇଲେ ମଧ୍ୟ୍ୟ ଶୁଣିବାକୁ, ଦେଖିବାକୁ କେହିନାହିଁ, ରାସ୍ତା କଡ଼ରେ ଥାଇ ମଧ୍ୟ୍ୟ ଏହି ଉଦ୍ୟାନ ପ୍ରତି ନଜର କାହାରି ପଡ଼ୁନି, ଉଦ୍ୟାନ ବାବଦରେ ସରପଞ୍ଚ ଓ ପଞ୍ଚାୟତ ସମିତି ମେମ୍ବର ଙ୍କୁ ପଚାରିବାରୁ କେହି କିଛି ଜାଣନ୍ତି ନାହିଁ, ଏବଂ କହିପାରୁନାହାନ୍ତି କଣ ପାଇଁ ତାଲା ପଡିଛି, ତାଲା ଖୋଲିବା ନେଇ ଆଶା ଆଶଙ୍କାରେ ଗ୍ରାମବାସୀ ସହିତ ଶିଶୁ ମାନେ |

Leave a Reply

Your email address will not be published. Required fields are marked *