ଫୋକସ ପ୍ଲସ 18/3/23(ବ୍ୟୁରୋ): କୁଦାନଗରୀ ଥାନା ଅନ୍ତର୍ଗତ କରିଲୋ ପାଟଣା ଅଞ୍ଚଳ ର ଜଣେ ଆଠ ବର୍ଷୀୟା ନାବାଳିକା ଙ୍କୁ ଗଣ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି. ନାବାଳିକା ର ମା ଗତକାଲି ରାତିରେ କୁଦାନଗରୀ ଥାନା ରେ ଲିଖିତ ଅଭିଯୋଗ କରିଥିଲେ. ଅଭିଯୋଗ କୁ କେନ୍ଦ୍ର କରି କୁଦାନଗରୀ ଥାନା ଅଧିକାରୀ 175/23 ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା. ତେବେ ଅଭିଯୁକ୍ତ ମାନଙ୍କ ପରିବାର ଓ କିଛି ସ୍ଥାନୀୟ ଲୋକ ଘଟଣା କୁ ଦବାଇ ଦେବା ପାଇଁ ଏକ କଙ୍ଗାରୁ କୋର୍ଟ ବସାଇଥିଲେ. ଠିକ ସେହି ସମୟ ରେ କୁଦାନଗରୀ ଥାନା ଅଧିକାରୀ ଦେବାଶିଷ ପଣ୍ଡା ଓ ତାଙ୍କ ଟିମ ଚଢ଼ାଉ କରି ୨ ନାବାଳକ ଅଭିଯୁକ୍ତ ଙ୍କୁ ଉଠାଇ ଆଣିଥିଲେ..ପୀଡିତା ନାବାଳିକା ଓ ତାଙ୍କ ମା ଙ୍କ ବୟାନ ଆଧାର ରେ
ଅଭିଯୁକ୍ତ ମାନଙ୍କ ନାମ ରେ ପୋକ୍ସ ଆର୍ଟ ୮, ଫାଇଜର 6,34 ଏଇ. ପି. ସି,354,354(a),354(b),341,242,323,294 ଦଫା ଲଗାଯାଇଛି. ଆଜି ୨ ନାବାଳକ ଙ୍କୁ ଜୁଭେନାଇଲ ଜଷ୍ଟିସ କୋର୍ଟ ରେ ହଜାର କରାଯାଇଛି. କିନ୍ତୁ ନାବାଳକ ଦୁହିଁ ଙ୍କ ବାପା ତାଙ୍କ ପୁଅ ନାମ ରେ ଥିବା ଅଭିଯୋଗ କୁ ଖଣ୍ଡନ କରିଛନ୍ତି