ଶୀତ ଦିନରେ ଫିଟ୍ ରହିବା ପାଇଁ ପିଅନ୍ତୁ ଗୁଡ଼ ଚା’, ଜାଣନ୍ତୁ କ’ଣ ରହିଛି ଉପକାରିତା

ଗୁଡ଼ରେ ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଫସଫରସ୍ ସହିତ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଶୀତଦିନରେ ଗୁ଼ଡ଼ ଚା’ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ ।

ଭୁବନେଶ୍ୱର:ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷ କରି ଶୀତ ଦିନରେ ଏହା ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଶୀତଦିନେ ଶରୀରକୁ ଗରମ ରଖିବା ପାଇଁ ପ୍ରତ୍ୟକ ଦିନ ଗୁଡ଼ ଖାଇବା ଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ । ତେବେ ଯଦି ଆପଣ କଫି କିମ୍ବା ଗରମ ଚକୋଲେଟ୍ ସେକ୍ ଅପେକ୍ଷା ଚା’ପିଇବାକୁ ଅଧିକ ପସନ୍ଦ କରନ୍ତି, ତେବେ ଆପଣ ଗୁଡ୍ ଚା’ ନିଶ୍ଚିତ ପିଅନ୍ତୁ । କାରଣ ଶୀତଦିନେ ଲୋକମାନେ ଅଧିକ ଚା’ପିଇବା ପାଇଁ ପସନ୍ଦ କରନ୍ତି । ଯେଉଁଥିରେ ଆମେ ଅଧିକ ପରିମାଣରେ ଚିନି ମଧ୍ୟ ସେବନ କରିଥାଉ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ । ଖାସ୍ ସେଥି ପାଇଁ ଆପଣ ଶୀତ ଦିନରେ ଚା’ରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିପାରିବେ ।

ମୁଣ୍ଡବିନ୍ଧା ହେଉ କିମ୍ବା ଥଣ୍ଡା ହେଉ ଚା’ସମସ୍ତଙ୍କର ପ୍ରଥମ ପସନ୍ଦ । ତେବେ ଯଦି ଚା’ର ପରିମାଣ କମାଇବା ପାଇଁ ଚାହୁଁଛନ୍ତି ତେବେ ଗୁଡ଼ ଚା ଆପଣଙ୍କ ଇଚ୍ଛାକୁ ମଧ୍ୟ ନିୟନ୍ତ୍ରଣ କରିବ । ଏହା ସହିତ ଏହା ଆପଣଙ୍କର ଓଜନ କମାଇବାରେ ମଧ୍ୟ ସହାୟକ ହେବ ।

ଚାଲନ୍ତୁ ଜାଣିବା କିପରି ପ୍ରସ୍ତୁତ ହୁଏ ଗୁଡ଼ ଚା’
୩-୪ ଚାମଚ ଗୁଡ଼ ଗୁଣ୍ଡ
୧ ଚାମଚ ଚା’ପତି
୧ ଚାମଚ ପାନ ମଧୁରୀ
୧ ଚାମଚ ଗୋଲମରିଚ ଗୁଣ୍ତ
୧/୨ କପ୍ କ୍ଷୀର

ଶୀତଦିନେ ଶରୀରକୁ ଗରମ ରଖେ
ଗୁଡ଼ରେ ମ୍ୟାଗ୍ନେସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଫସଫରସ୍ ସହିତ ଅତ୍ୟାବଶ୍ୟକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ । ଶୀତଦିନରେ ଗୁ଼ଡ଼ ଚା’ଶରୀରକୁ ଗରମ ରଖିବାରେ ସାହାଯ୍ୟ କରିଥାଏ ।

2.ଗୁଡରେ ଅଧିକ ପରିମାଣରେ ଆଇରନ ଥାଏ ଯାହା ରକ୍ତ ଅଭାବକୁ ଦୂର କରିଥାଏ । ଯଦି ଆପଣ ରକ୍ତହୀନତାର ଶିକାର ହେଉଛନ୍ତି ତେବେ ଗୁଡ଼ ନିଶ୍ଚୟ ଖାଇବା ଉଚିଚ୍ ।

Leave a Reply

Your email address will not be published. Required fields are marked *