ଶୀତ ସରି ଧିରେ ଧିରେ ବଢୁଛି ତାତି । ଆଗକୁ ପ୍ରଚଣ୍ଡ ହେବ ଖରା

। ତେଣୁ ଏହାକୁ ନେଇ ଶିକ୍ଷାନୁଷ୍ଠାନ ଗୁଡିକ ସଜାଗ ହେଲେଣି । ଗ୍ରୀଷ୍ମ ପ୍ରବାହକୁ ଲକ୍ଷରଖି ଆଗୁଆ ଶିକ୍ଷାନୁଷ୍ଠାନ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ।

ସରିଲାଣି ଶୀତ ଆଗକୁ ହୋଇପାରେ ପ୍ରବଳ ଅଗ୍ନି ବର୍ଷା । ଏଣୁ ଏହାକୁ ନେଇ ମୂଳରୁ ସଜାଗ ହେବାକୁ ଗାଇଡ ଲାଇନ ଜାରିକରି ରାଜ୍ୟର ସମସ୍ତ ଡିଇଓ ଓ ଡିପିସିଙ୍କୁ ଚିଠି କରିଛନ୍ତି ଓସେପାର ନିର୍ଦେଶକ । ଶିକ୍ଷାନୁଷ୍ଠାନରେ ପିଇବା ପାଣି ଓ ଓଆରଏସ ରଖିବାକୁ ଚିଠିରେ ନିର୍ଦେଶ ରହିଥିବାବେଳେ ଆଗୁଆ ପଦକ୍ଷେପ ପାଇଁ ଓସେପା ତରଫରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ) ଓ ଜିଲ୍ଲା ପ୍ରକଳ୍ପ ସଂଜୋଯକ (ଡିପିସି)ଙ୍କୁ  ନିର୍ଦେଶ ଦିଆଯାଇଛି ।

ଗ୍ରୀଷ୍ମପ୍ରବାହ ପୂରର୍ବରୁ ସ୍କୁଲରେ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ କେମ୍ଫସରେ ଯୁଦ୍ଧ କାଳୀନ ଭିତିରେ ନଳକୂପ ଓ ଅନ୍ୟ ବିଶୁଦ୍ଧ ପାନୀୟ ଜଳ ଯୋଗଣର ବନ୍ଦୋବସ୍ତ କରିବାକୁ ନିର୍ଦେଶ ହୋଇଛି ।
ଆବଶ୍ୟକ ହେଲେ ବିଦ୍ୟାଳୟ କତ୍‌ୃପକ୍ଷ ପଚାଂୟତୀରାଜ, ପାନୀୟ ଜଳ ଯୋଗାଣ ଓ ସହରାଚଂଳ ଜଳ ଯୋଗଣ ବିଭାଗର ସହଯୋଗ କରିପାରିବେ ବୋଲି ବିଭାଗ ସୂଚନା ଦେଇଛି । ଅନ୍ୟପଟେ ଛାତ୍ରାଛାତ୍ରୀ କିଭଳି ସ୍କୁଲକୁ ପାଣି ବୋତଲ ଆଣି ଆସିପାରିବେ ମେ ନେଇ ଅଭିଭାବକଙ୍କୁ ସେଚେତନା କରୀଇବାକୁ ବି ସ୍କୁଲ କତ୍‌ୃପକ୍ଷଙ୍କୁ ନିର୍ଦେଶ ଦେଇଥିବା ସୂଚନା ।

Leave a Reply

Your email address will not be published. Required fields are marked *