ଶୁଣିଲାନି ପ୍ରଶାସନ, ମଦ ମାଫିଆଙ୍କୁ ଜବାବ ଦେଲେ ମହିଳା

ଫୋକସ ପ୍ଲସ 18/3/23(ବ୍ୟୁରୋ): ଶୁଣିଲାନି ପ୍ରଶାସନ ,ମଦ ମାଫିଆଙ୍କୁ ଜବାବ ଦେଲେ ଗାଁ ମହିଳା,ମଦ ମାଫିଆଙ୍କ ପାଇଁ ତାତିଛନ୍ତି ମହିଳା ଗ୍ରୁପ୍ ଆଉ ଭାଙ୍ଗିଛନ୍ତି ବେଆଇନ ମଦ ଭାଟି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସରନାଇ ଏବଂ ନିମିକ୍ଷେତା ଗ୍ରାମରେ । ଏଠାରେ ଦୀର୍ଘ ଦିନ ଧରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୁଚି ଛପି ମଦ ମାଫିଆମାନେ ବେଆଇନ ମଦ ଭାଟି ଖୋଲି ଚୋରା ମଦ କାରବାର ଚଳାଇଥିଲେ କିନ୍ତୁ ଏଥିରେ ନିରବଦ୍ରଷ୍ଟା ସାଜିଥିଲା ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ । ଗାଁରେ ସଦା ସର୍ବଦା ମଦ୍ୟପଙ୍କ ଉତ୍ପାତ ବଢି ଚାଲିଥିଲା । ଆଉ ଏଥିରେ ଯିଏ ପ୍ରତିବାଦ କଲା ସେ ମଦ ମାଫିଆଙ୍କ ଆକ୍ରମଣର ଶିକାର ହେଲା । ଆଉ ଶେଷରେ ଗାଁରେ ମହିଳାମାନେ ଗ୍ରାମ ସଭା କରି ମଦ ଦୋକାନ ବନ୍ଦ କରିବା ପାଇଁ ପ୍ରଶାସନକୁ ଅବଗତ କରାଇଲେ । କିନ୍ତୁ ପ୍ରଶାସନ ଏଠି ପ୍ରତି କୌଣସି ଆକ୍ସନ ନେଲେ ନାହିଁ ।ଯାହା ଫଳରେ ମହିଳାମାନେ ଏକତ୍ରିତ ହୋଇ ବେଆଇନ ଚୋରା ମଦ କାରଖାନାକୁ ଭାଙ୍ଗିଥିବା ଜଣାପଡିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ପୋଲିସ ପ୍ରଶାସନ ଓ ଅବକାରୀ ବିଭାଗ କରୁଛ କଣ ? ମହିଳାମାନଙ୍କର ଅଭିଯୋଗକୁ କାହିଁକି ଗୁରୁତ୍ୱ ଦେଉ ନାହିଁ ପ୍ରଶାସନ ? ମହିଳା ଗ୍ରୁପର ଏଭଳି ମଦ ବିରୋଧି ଅଭିଯାନ ପଦକ୍ଷେପକୁ ବୁଦ୍ଧି ଜୀବି ମାନେ ସାଧାରଣରେ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି |

Leave a Reply

Your email address will not be published. Required fields are marked *