ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢ଼ାଇଲା ସାଇକ୍ରୀଷ୍ଣା ସହାୟତା ଫାଉଣ୍ଡେସନ I

ଫୋକସ ପ୍ଲସ 15/5/22 (କେନ୍ଧୁଝର):ଘସିପୁରା ବ୍ଲକ୍ ତାଳଗାଁ ଗ୍ରାମର ସ୍ୱର୍ଗତଃ ମହାନଦୀ ପାତ୍ରଙ୍କର ବିୟୋଗ ପରେ ଏକା ହୋଇଯାଇଥିଲେ ଦିବ୍ୟାଙ୍ଗ ପୁଅ ପଦିଆ ପାତ୍ର ଅଭାବ ଅନଟନ ଭିତରେ ମା,ପୁଅଙ୍କର ଦିନ କଟୁଥିଲେ l କିଛିଦିନ ପୁର୍ବରୁ ମା ମହାନଦୀ ପାତ୍ର ଅସୁସ୍ଥହୋଇ ଆନନ୍ଦପୁର ଚିକିତ୍ସାଳୟରେ ଚିକିତ୍ସା ହେଉଥିଲେ l ସାଇକ୍ରୀଷ୍ଣା ସହାୟତା ଫାଉଣ୍ଡେସନ ଏହି ଖବରପାଇ ଆବଶ୍ୟକୀୟ ସୁବିଧା ଓ ସହଯୋଗ କରିଥିଲେ l କିନ୍ତୁ ଭାଗ୍ୟର ବିଡମ୍ବନା କିଛିଦିନପରେ ମା ମହାନଦୀ ପାତ୍ର ଆରପାରିକୁ ଚାଲିଗଲେ l ଏବେ ଦିବ୍ୟାଙ୍ଗ ପୁଅ କଣ କରିବେ,କେମିତି ତାଙ୍କର ସୁଦ୍ଧିକ୍ରୀୟା କରିବେ ଚିନ୍ତାରେ ପଡିଥିବାବେଳେ l ଏହି ସମୟରେ  ସାଇକ୍ରୀଷ୍ଣା ସହାୟତା ଫାଉଣ୍ଡେସନ ସଦଶ୍ୟମାନେ ସହଯୋଗର ହାତ ବଢେଇଥିଲେ l ଆଜି ତାଙ୍କର ନବମ ଦିନରେ ସଂଗଠନ ତରଫରୁ ଆବଶ୍ୟକୀୟ ରାସନ ସାମଗ୍ରୀ ସହିତ,ଲୁଗାପଟା ଯୋଗାଇଦେଇଥିଲେ l ସଂଗଠନର ସକ୍ରୀୟ ସଦଶ୍ୟ,ଶ୍ରୀକାନ୍ତ ସାହୁ,ବିପିନ୍ ପହି,ପ୍ରଦୀପ୍ ମାଝୀ,ସଶ୍ମୀତା ବଳ,ବୁଦ୍ଧଦେବ ପରିଡା,ପୁଷ୍ପଲତା ମହାନ୍ତି,ଅବିନାଶ ପଣ୍ଡିତ୍,ଶରତ ମାଝୀ ଏବଂ ଗୋପବନ୍ଧୁ ଦାସ୍ ପ୍ରମୁଖ ତାଙ୍କ ପାଖରେ ପହଚିଂ ସମବେଦନା ଜଣେଇବା ସହିତ ତାଙ୍କର ପ୍ରତ୍ୟେକ ଅସୁବିଧା ସମୟରେ ତାଙ୍କ ପାଖରେ ଠିଆ ହେବାକୁ ପ୍ରତିଶୃତି ଦେଇଥିଲେ l ସରକାରଙ୍କ ତରଫରୁ ତାଙ୍କୁ କିଛି ସାହାଯ୍ୟ ଯୋଗେଇଦବାକୁ ସଂଗଠନ ପକ୍ଷ୍ୟରୁ ଦାବି କରାଯାଇଛି l

 

 

Leave a Reply

Your email address will not be published. Required fields are marked *